ନୂଆଦିଲ୍ଲୀ ୩୦।୦୧ - ନିର୍ଭୟା ମାମଲାରେ ଦୋଷୀ ଅକ୍ଷୟ ପକ୍ଷରୁ ଦାୟର କରାଯାଇଥିବା କ୍ୟୁରେଟିଭ୍ ପିଟିସନ୍ରୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଅକ୍ଷୟ ସିଂ ୪ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଅନ୍ୟତମ ।
୫ ଜଣିଆ ଖଣ୍ଡପୀଠ ଅକ୍ଷୟର ଆବେଦନକୁ ଖାରଜ କରି ଦେଇଛନ୍ତି । ଜଷ୍ଟିସ୍ ଏନ୍ଭି ରମଣ, ଅରୁଣ ମିଶ୍ର, ରୋହିନଟନ ନରିମ୍ୟାନ , ଆର୍ ଭାନୁମତି , ଅଶୋକ ଭୂଷଣଙ୍କ ଖଣ୍ଡପୀଠ ଏହି ପିଟିସନ୍ର ଶୁଣାଣୀ କରିଥିଲେ ।
ଫାଶୀ ଦଣ୍ଡ ଉପରେ ରୋକ୍ ଲଗାଇବା ପାଇଁ ଏହି ପିଟିସନ୍ ଦାୟର କରାଯାଇଥିଲା । ଅକ୍ଷୟର ଆଇନଜୀବୀ ଏପି ସି ଏହି ମାମଲା ପରିଚାଳନା କରୁଥିଲେ ।