ପୁଣି ଫାଶୀ ପାଇଁ ଡେଥ୍‌ ଓ୍ୱାରେଣ୍ଟ ଜାରୀ - ନିର୍ଭୟା ମାମଲାରେ ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ଫାଶୀ ପାଇଁ ନିର୍ଦେଶ

Published By : Prameya-News7 Bureau | February 17, 2020 IST

ନୂଆଦିଲ୍ଲୀ ୧୭।୦୨ - ନିର୍ଭୟା ମାମଲାରେ ଡେଥ୍‌ ଓ୍ୱାରେଣ୍ଟ ଜାରିକରାଯ।ଇଛି । ତୃତୀୟ ଥର ପାଇଁ ଏହି ଡେଥ୍‌ ଓ୍ୱାରେଣ୍ଟ ଜାରୀ କରାଯାଇଛି । ମାର୍ଚ୍ଚ ୩ ତାରିଖ ସକାଳ ୬ଟା ଫାଶୀ ପାଇଁ ଅଦାଲତ ଡେଥ୍‌ ଓ୍ୱାରେଣ୍ଟ ଜାରୀ କରିଛନ୍ତି ।

{"id":225509,"width":585,"height":351,"sizeSlug":"large"}

ପଟିଆଲା ହାଉସ୍‌ କୋର୍ଟ ଏହି ଡେଥ ଓ୍ୱାରେଣ୍ଟ ଜାରୀ କରିଛନ୍ତି । ଚାରି ଜଣ ଦୋଷୀଙ୍କ ପାଇଁ ଏହି ଡେଥ୍‌ ଓ୍ୱାରେଣ୍ଟ ଜାରୀ କରାଯାଇଛି । ଅତିରିକ୍ତ ସେସନ୍‌ ଜଜ୍‌ ଏହି ଡେଥ୍‌ ଓ୍ୱାରେଣ୍ଟ ଜାରୀ କରିଛନ୍ତି । ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ଏହି ଦୋଷୀମାନଙ୍କୁ ଫାଶୀ ଦିଆଯିବ । ଦୋଷୀ ବିନୟ ଏବେ ତିହାର ଜେଲ୍‌ରେ ଅନଶନରେ ବସିଛି । ଦୋଷୀମାନଙ୍କର ଆଇନଜୀବୀ ଏପି ସିଂ ଏବେ ବି ଦୋଷୀମାନଙ୍କ ନିକଟରେ ଆଇନଗତ ବିକଳ୍ପ ଥିବା କଥା କହିଛନ୍ତି ।

ସୋମବାରରେ ଶୁଣାଣୀ ସମୟରେ ଦୋଷୀ ମୁକେଶ ସିଂ କୋର୍ଟରେ ଆଇନଜୀବୀ ବୃନ୍ଦା ଗୋରଭର ତା ପାଇଁ ମାମଲା ପରିଚାଳନା ନ କରନ୍ତୁ ବୋଲି ଜଣାଇଥିଲା । ଏହାପରେ କୋର୍ଟ ତା ପାଇଁ ରବି କାଜୀଙ୍କୁ ନିଯୁକ୍ତି କରିଥିଲେ । ବିନୟର ଓକିଲ ତାଙ୍କ ମହକିଲ ମାନସିକ ରୋଗୀ ଥିବା କଥା ଜଣାଇଥିଲେ । ପବନ ଗୁପ୍ତାର ଓକିଲ ସେ ସୁପ୍ରିମ କୋର୍ଟରେ କ୍ୟୁରେଟିଭ୍‌ ପିଟିଶନ୍‌ ଓ ରାଜକ୍ଷମା ପାଇଁ ଆବେଦନ କରିବା ପାଇଁ ଚାହୁଁଥିବା ଜଣାଇଛନ୍ତି । କେବଳ ପବନ ପାଖରେ ଏହି ବିକଳ୍ପ ବାକି ଅଛି । ଅକ୍ଷୟ ଠାକୁରର ଆଇନଜୀବୀ ସେ ନୂଆ ରାଜକ୍ଷମା ଆବେଦନ ପାଇଁ ଚାହୁଁ ଥିବା ସୂଚନା ଦେଇଥିଲେ ।

ଏହା ପୂର୍ବରୁ ଅଦାଲତ ୨ ଥର ଲେଖାଏଁ ଡେଥ୍‌ ଓ୍ୱାରେଣ୍ଟ ଜାରୀ କରିଛନ୍ତି । ପ୍ରଥମେ ୭ ଜାନୁଆରୀ ଓ ପରେ ୨୨ ଜାନୁଆରୀରେ ଫାଶୀ ପାଇଁ ଡେଥ୍‌ ଓ୍ୱାରେଣ୍ଟ ଜାରୀ କରାଯାଇଥିଲା । ମାତ୍ର ବିଭିନ୍ନ ଆଇନଗତ କାରଣରୁ ପୁଣି ଏହା ଉପରେ ରୋକ ଲଗାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.