ନିର୍ଭୟା ଦୋଷୀ ଜେଲରେ ରୋଜଗାର କରିଛନ୍ତି ୧.୩୭ ଲକ୍ଷ : ଏବେ ସେହି ଟଙ୍କା ମିଳିବ କାହାକୁ?

Published By : Prameya-News7 Bureau | March 20, 2020 IST

ନୂଆଦିଲ୍ଲୀ ୨୦/୦୩ : ଶୁକ୍ରବାର ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଚାରି ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଛି। ଦୀର୍ଘ ୭ ବର୍ଷ ଧରି ଜେଲ୍‌ରେ ସଜା କାଟିଥିବା ଚାରି ଦୋଷୀ କଳା କୋଠରୀରୁ ବାହାରି ଫାଶୀ ଖୁଣ୍ଟରେ ଚଢ଼ିଛନ୍ତି। ୪ଜଣ ଦୋଷୀଙ୍କୁ  ଶୁକ୍ରବାର ଦିଲ୍ଲୀସ୍ଥିତ ତିହାର ଜେଲରେ ସକାଳ ସାଢେ ୫ଟା ସମୟରେ ଫାଶୀ ଦିଆଯାଇଛି | ଫାଶୀ ଦିଆଯିବା ପୂର୍ବରୁ ଦୋଷୀମାନେ ୭ ବର୍ଷ ହେଲା ଜେଲରେ ସଜା କାଟୁଥିଲେ | ଜେଲରେ କଏଦୀ ଥିବାବେଳେ ଚାରି ଦୋଷୀ ଜେଲରେ ବିଭିନ୍ନ କାମ କରିଥିଲେ | କାମ ବାବଦକୁ ସେମାନଙ୍କୁ ପାରିଶ୍ରମିକ ବାବଦକୁ ୧ ଲକ୍ଷ ୩୭ ହଜାର ଟଙ୍କା ରୋଜଗାର କରିଥିଲେ। ଏବେ ପ୍ରଶ୍ନ ଉଠିଛି ଏହି ଟଙ୍କା କାହାକୁ ମିଳିବ ?

ତିହାର ଜେଲ ପ୍ରଶାସନ କହିବାନୁଯାୟୀ, ୪ ଦୋଷୀଙ୍କ ମଧ୍ୟରୁ ମୁକେଶ କୌଣସି କାମ କରି ନଥିଲା | ଅକ୍ଷୟ ଠାକୁର ୬୯ ହଜାର, ପବନ ଗୁପ୍ତା ୨୯ ହଜାର ଓ ବିନୟ ଶର୍ମା ୩୯ ହଜାର ଟଙ୍କା ରୋଜଗାର କରିଥିଲେ। ସେମାନେ ଆୟ କରିଥିବା ଏହି ଟଙ୍କା ତାଙ୍କ ପରିବାର ସଦସ୍ୟଙ୍କୁ ଦିଆଯିବ ବୋଲି ଜେଲ ପ୍ରଶାସନ ସୂଚନା ଦେଇଛନ୍ତି।  ଏହାସହ ୪ ଦୋଷୀଙ୍କ ଲୁଗାପଟା ଅନ୍ୟାନ୍ୟ ଜିନିଷପତ୍ର ମଧ୍ୟ ତାଙ୍କ ପରିବାରକୁ ହସ୍ତାନ୍ତର କରି ଦିଆଯିବ |

ଫାସୀ ଦିଆଯିବା ପରେ ୪ଜଣଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ଦିନଦୟାଲ ଉପାଧ୍ୟାୟ ହସ୍ପିଟାଲକୁ ପଠାଯାଇଥିଲା | ବ୍ୟବଚ୍ଛେଦ ପରେ ମୃତଦେହଗୁଡିକ ତାଙ୍କ ପରିବାରକୁ ହସ୍ତାନ୍ତର କରାଯିବ | ଯଦି ପରିବାର ଲୋକେ ଶବ ନେବା ପାଇଁ ଅସ୍ବୀକାର କରନ୍ତି ତାହେଲେ ତିହାର ଜେଲ ପ୍ରଶାସନ ଅନ୍ତିମ ସଂସ୍କାର କରିବେ | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.