ଫାଶୀ ଟାଳିବାକୁ ନୂଆ ଷଡ଼ଯନ୍ତ୍ର...

Published By : Prameya-News7 Bureau | February 20, 2020 IST

ନୂଆଦିଲ୍ଲୀ୨୦/୨: ଫାଶୀ ଟାଳିବାକୁ ନୂଆ ପେଞ୍ଚ । ଫାଶୀରୁ ରକ୍ଷା ପାଇବାକୁ ଗୋଟିଏ ପରେ ଗୋଟିଏ ଉପାୟ ଆପଣାଉଛନ୍ତି ନିର୍ଭୟା ନରପିଶାଚ । ଫାଶୀ ଦିଆଯିବା ନେଇ ଦୁଇ ଦୁଇ ଥର ତାରିଖ ଧାର୍ଯ୍ୟ କରାଯିବା ପରେ ୪ଜଣ ଦେ।ଷୀଙ୍କ ଓକିଲ ନୂଆ ନୂଆ ଆଇନଗତ ପେଞ୍ଚ ଆପଣାଇ ଫାଶୀକୁ ଅଟକାଇଛନ୍ତି ।

ଏବେ ମାର୍ଚ୍ଚ ୩ରେ ଫାଶୀ ଦିଆଯିବା ନେଇ ଦିଲ୍ଲୀ ପାଟିଆଲା ହାଉସ୍ ଅଦାଲତ ନିଷ୍ପତ୍ତି ନେଇ ସାରିଥିବା ବେଳେ ଏହାକୁ ରେ।କିବା ପାଇଁ ଆଉ ଏକ ଚାଲ୍ ଖେଳିଛନ୍ତି ଦେ।ଷୀ ବିନୟ ଶର୍ମାର ଓକିଲ ଏ ପି ସିଂହ । ଫାଶୀ ତାରିଖ ପାଖେଇ ଆସୁଥିବା ବେଳେ ଦଣ୍ଡରୁ ବଞ୍ଚିବାକୁ ଅଭିଯୁକ୍ତର ଆପ୍ରାଣ ଉଦ୍ୟମ । ନିର୍ଭୟା ଅଭିଯୁକ୍ତର ଓକିଲ ଏପି ସିଂହ ପଟିଆଲା କୋର୍ଟରେ ନୂଆ ପିଟିସନ୍ ଦାଖଲ କରିଛନ୍ତି । ନିର୍ଭୟା ଅଭିଯୁକ୍ତ ବିନୟର ମାନସିକ ସ୍ଥିତି ଠିକ୍ ନାହିଁ ।

ମାନସିକ ରୂପରେ ନିର୍ଯାତିତ ହେବାପରେ ବିନୟ ମାନସିକ ସନ୍ତୁଳିନ ହରାଇଛି । ଅଭିଯୁକ୍ତକୁ ତୁରନ୍ତ ମେଡ଼ିକାଲରେ ଭର୍ତ୍ତି କରାଯାଉ । ଏ ସମ୍ପର୍କରେ ତିହାର ଜେଲ କର୍ତ୍ତୃପକ୍ଷଙ୍କ ଠାରୁ ରିପୋର୍ଟ ମଗାଯାଉ ବୋଲି ପିଟିସନ ଦାଖଲ କରିଛନ୍ତି  ବିନୟ ଶର୍ମାଙ୍କ ଓକିଲ। ଗତ ସେ।ମବାର ଜେଲ କାନ୍ଥରେ ମୁଣ୍ଡ ବାଡେଇ ନିଜକୁ ଗୁରୁତର ଆହତ କରିଛି ବିନୟ । କେବଳ ସେତିକି ନୁହେଁ ଜେଲ ଗ୍ରୀଲରେ ହାତ ପୁରାଇ ଫ୍ରାକ୍ଚର କରିବାକୁ ମଧ୍ୟ ଉଦ୍ୟମ କରିଛି ।  ପ୍ରାଥମିକ ଚିକିତ୍ସା ପରେ ତାକୁ ଛାଡି ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.