Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||
  • ଆଜି ୧୨ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ, ଗାଡ଼ି ଚଳାଚଳ ପ୍ରଭାବିତ
  • ||

ନିର୍ଭୟା ମାମଲାର ଦୋଷୀ ମିଡିଆ ଆଗରେ ମୁହଁ ଖୋଲିବେ ?… ଗୁରୁବାର ହେବ ନିଷ୍ପତ୍ତି

11/03/2020 at 4:54 PM

ନୂଆଦିଲ୍ଲୀ୧୧/୩: ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ମାର୍ଚ୍ଚ ୨୦ ତାରିଖରେ ଚାରି ଦୋଷୀ ଫାଶୀ ଖୁଣ୍ଟରେ ଝୁଲିବେ। ସେହି ଦିନ ହୁଏତ ନିର୍ଭୟା ମାମଲାରେ ପୂର୍ଣ୍ଣଚ୍ଛେଦ ପଡିବ। ଦୋଷୀଙ୍କ ବିରୋଧରେ ତିନି ତିନି ଥର ଡେଥ୍‌ ଓ୍ବାରେଣ୍ଟ ଜାରି ହେବା ପରେ ବି ସେମାନେ ଫାଶୀରୁ ବର୍ତ୍ତି ଯାଇଥିଲେ। ଏହା ଦୋଷୀଙ୍କ ବିରୋଧରେ ଚତୁର୍ଥ ତଥା ଶେ​‌ଷ ଡେଥ୍‌ ଓ୍ବାରେଣ୍ଟ। ନିର୍ଭୟା ମାମଲାର ଟିକ୍‌ନିକ୍ ସମସ୍ତ ଖବର ଗଣମାଧ୍ୟମରେ ପ୍ରକାଶ ପାଉଛି। ତେବେ ବୁଧବାର ଦିଲ୍ଲୀ କୋର୍ଟ ତିହାର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି, ଯେ ଗଣମାଧ୍ୟମ ସାମ୍ନାରେ ଚାରି ଦୋଷୀ ନିଜର ପ୍ରତିକ୍ରୟା ରଖିବେ କି ନାହିଁ, ତାହା ଗୁରୁବାରରେ ନିଷ୍ପତ୍ତି ନିଆଯିବ। ନିଷ୍ପତ୍ତି ପରେ ଯେଉଁ ଗଣମାଧ୍ୟମ ସଂସ୍ଥା ସେମାନଙ୍କ ସାକ୍ଷାତାକାର ନେବାକୁ ଚାହିଁଛନ୍ତି, ସେମାନେ ନେଇ ପାରିବେ। ମିଡିଆ ହାଉସ୍‌ ପକ୍ଷରୁ ଦାୟର ପିଟିସନର ଶୁଣାଣି ସମୟରେ ଜଷ୍ଟିସ୍‌ ନବୀନ ଚାଓ୍ବାଲା ଏଭଳି ରାୟ ପ୍ରଦାନ କରିଛନ୍ତି।

ଗତ ଶୁଣାଣିରେ ଅଦାଲତ କହିଥିଲେ ଯେ, ନିର୍ଭୟା ଦୋଷୀ ବାରମ୍ବାର ଆଇନ୍ ବ୍ୟବସ୍ଥାର ମଜାକ ଉଡ଼ାଇଛନ୍ତି। ତେଣୁ ସେମାନଙ୍କୁ ପ୍ରୋତ୍ସାହିତ କରିବା ଉଚିତ୍ ନୁହେଁ। ମୁକେଶ, ପଓ୍ବନ, ବିନୟ ଏବଂ ଅକ୍ଷୟ ଚାରି ଦୋଷୀଙ୍କ ବ୍ୟବହାରକୁ ଲକ୍ଷ୍ୟ କରି ହାଇକୋର୍ଟ ଏଭଳି ନିଷ୍ପତ୍ତି ନେଇଛନ୍ତି। ଚାରି ଦୋଷୀଙ୍କ ସାକ୍ଷାତକାର ନେବା ପାଇଁ ମିଡିଆ ହାଉସ୍‌ କୋର୍ଟରେ ଏକ ପିଟିସନ ଦାୟର କରିଥିଲେ। ଚାରି ଦୋଷୀଙ୍କ ସାକ୍ଷାତକାର ନେବା  ପାଇଁ କୋର୍ଟରେ ମିଡିଆ ହାଉସ୍ ଅନୁମତି ମାଗିଥିଲେ। ଦୋଷୀଙ୍କ ସାକ୍ଷାତକାର ଭବିଷ୍ୟତରେ ସମାଜକୁ ଏକ ଭଲ ବାର୍ତ୍ତା ଦେବ ବୋଲି ମିଡିଆ ହାଉସ୍ ଯୁକ୍ତିରେ ଦର୍ଶାଇଛି।ଗତ ଫେବୃଆରୀ ୨୫ ତାରିଖରେ ଏହି ସଂପର୍କରେ ତିହାର ଜେଲ୍‌ ଅଧିକାରୀଙ୍କୁ ମିଡିଆ ହାଉସ୍‌ ଅନୁମତି ମାଗିଥିଲେ। ଦୁଇ ଦିନ ପରେ ଜେଲ୍‌ ପ୍ରଶାସନ ମଡିଆ ହାଉସ୍‌ ପ୍ରସ୍ତାବକୁ ଅସ୍ବୀକାର କରିଥିଲେ।

ଅନ୍ୟପଟେ ୨୦୧୨ର ଦିଲ୍ଲୀ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଚାରି  ଦୋଷୀଙ୍କୁ ମାର୍ଚ୍ଚ ୨୦ ସକାଳ ୫ଟା ୩୦ରେ ଫାଶୀ ଦିଆଯିବ। ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ମୃତ୍ୟୁ ପରଓ୍ଵାନା(ଡେଥ୍ ଓ୍ଵାରେଣ୍ଟ) ଜାରି କରିଛନ୍ତି। ମାତ୍ର ଦୋଷୀଙ୍କ ପକ୍ଷରୁ ଫାଶୀ ଘୁଞ୍ଚାଇବା ଲାଗି ଯଥା ସମ୍ଭବ ପ୍ରୟାସ ଜାରି ରହିଛି। ଏହା ମଧ୍ୟରେ ନିର୍ଭୟାଙ୍କ ମା ଆଶା ଦେବୀ କହିଛନ୍ତି ମାର୍ଚ୍ଚ ୨୦ ସକାଳ ଆମ ଜୀବନର ସକାଳ ହେବ। ଦୋଷୀଙ୍କୁ ଫାଶୀ ହେବା ପର୍ଯ୍ୟନ୍ତ ସଂଘର୍ଷ ଜାରି ରହିବ। ଏହା ସହିତ ଆଶା ଦେବୀ କହିଛନ୍ତି ଯଦି ସୁଯୋଗ ମିଳେ ତେବେ ସେ ଦୋଷୀଙ୍କୁ ମରିବା ଦେଖିବାକୁ ଚାହିଁବେ।

   Related Posts