Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ତଦନ୍ତ ପାଇଁ ଯିବା ବେଳେ ନିର୍ବାହୀ ଅଧିକାରୀଙ୍କୁ ଆକ୍ରମଣ ଅଭିଯୋଗ, ସରକାରୀ କାଗଜପତ୍ର ନଷ୍ଟ କଲେ ଦୁର୍ବୃତ୍ତ

25/07/2021 at 7:38 AM

ଭଦ୍ରକ, ୨୫|୦୭:  ଆବାସ ଯୋଜନାରେରେ ହିତାଧିକାରୀଙ୍କ ତାଲିକା ଅନୁଯାୟୀ ତଦନ୍ତ ପାଇଁ ଯିବା ବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସହ ପୁରା ଟିମକୁ ଆକ୍ରମଣ । ଏହାସହ ସରକାରୀ କାଗଜପତ୍ର ମଧ୍ୟ ନଷ୍ଟ ଅଭିଯୋଗ । ଏନେଇ ଥାନାରେ ଲିଖିତ ଏତଲା ଦେଇଛନ୍ତି ପଞ୍ଚାୟତ ଅଧିକାରୀ । ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳରେ ।

ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ଧାମନଗର ଥାନା ରାଧାବଲ୍ଲଭପୁର ପଞ୍ଚାୟତ ବନ୍ଧଟିଆରେ ଏହି ଅଭାବନୀୟ ଘଟଣା ଘଟିଛି । ଅଭିଯୋଗ ଅନୁଯାୟୀ,  ଧାମନଗର ଥାନା ରାଧାବଲ୍ଲଭପୁର ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଚ୍ୟୁତାନନ୍ଦ ବାରିକ ଗୋଷ୍ଠୀ ଉନୟନ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ତଦନ୍ତ ପାଇଁ ଯାଉଥିଲେ । ସେ ୪ ଜଣିଆ ଟିମ ସହ ପଞ୍ଚାୟତର ଆବାସ ଯୋଜନା ହିତାଧିକାରୀଙ୍କ ଯୋଗ୍ୟତା ଭିତ୍ତିକ ତଦନ୍ତ ପାଇଁ ଯିବା ବେଳେ ସେମାନଙ୍କୁ ଆକ୍ରମଣ ଉଦ୍ୟମ କରାଯାଇଥିଲା । କେତେକ ରାଜନୈତିକ ବ୍ୟକ୍ତି ନିର୍ବାହୀ ଅଧିକାରୀଙ୍କୁ ଧକ୍କା ମାରିବା ସରକାରୀ କାଗଜପତ୍ର ଛଡାଇ ନେଇ ନଷ୍ଟ କରିଥିବା ମଧ୍ୟ ଅଭିଯୋଗ ହୋଇଛି ।

ସେହିପରି ଟିମ ସଦସ୍ୟଙ୍କୁ କାଠ ଫାଳିଆରେ ଆକ୍ରମଣ ଉଦ୍ୟମ କରାଯାଇଥିବା ସହ ଜୀବନରୁ ମାରି ଦେବା ପାଇଁ ଧମକ ଦେଇଥିବା ଏତଲା ରେ ଅଭିଯୋଗକାରୀ ଦର୍ଶାଇଛନ୍ତି ।ତେବେ ନିର୍ବାହୀ ଅଧିକାରୀ ଏ ନେଇ ଗୋଷ୍ଠୀ ଉନୟନ ଅଧିକାରୀଙ୍କୁ ଅବଗତ କରିବା ସହ ଜନୈକ ବ୍ୟକ୍ତିଙ୍କ ନାମ ରେ ଧାମନଗର ଥାନାରେ ଲିଖିତ ଏତଲା ଦେଇଥିବା ଜଣାପଡିଛି ।

   Related Posts