ରାଜନୈତିକ ଦଳ ସହ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ବୈଠକ, ନିର୍ବାଚନ ସୁରୁଖୁରୁରେ ସମ୍ପନ୍ନ କରିବା ନେଇ ଆଲୋଚନା

Published By : Prameya-News7 Bureau | January 27, 2022 IST

ରାୟଗଡା ୨୭।୧: ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ସହିତ ନିର୍ବାଚନ ପର୍ଯ୍ୟବେକ୍ଷକ ବୈଠକ କରିଛନ୍ତି । ମୁଖ୍ୟ ପର୍ଯ୍ୟବେକ୍ଷକ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ ପ୍ରଧାନ, ଖର୍ଚ୍ଚ ପର୍ଯ୍ୟବେକ୍ଷକ ମନୋରଞ୍ଜନ ମହାପାତ୍ର, ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଏହି ବୈଠକରେ ଯୋଗ ଦେଇ ଆଗାମୀ ନିର୍ବାଚନ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ କହିଥିଲେ ।

ନିର୍ବାଚନ ଆଚରଣ ବିଧି ପାଳନ ସହ କୋଭିଡ ନିୟମ ପ୍ରକାରେ କିଭଳି ନିର୍ବାଚନ କରାଯିବ ସେ ସମ୍ପର୍କରେ ସୂଚନା ଦେଇଥିଲେ । ଗଣ୍ଡଗୋଳ ଓ ହିଂସାକାଣ୍ଡ ସୃଷ୍ଟି ନକରିବା ପାଇଁ ମଧ୍ୟ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ପରାମର୍ଶ ଦେଇଥିଲେ । କିଭଳି ଭାବେ ପ୍ରାର୍ଥୀ ଓ ପ୍ରାର୍ଥିନୀ ନିଜର ଖର୍ଚ୍ଚ ଦାଖଲ କରିବାକୁ ହେବ ତାହା ମଧ୍ୟ ଜଣାଇଥିଲେ । ତେବେ କିଛି ସ୍ଥାନରେ ହୋଡିଂ ଲାଗିଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଥିଲା । ସେହିଭଳି କିଛି ସରକାରୀ କର୍ମଚାରୀ ଶାସକ ଦଳ ପାଇଁ କାମ କରୁଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଥିଲା । ଏହା ତଦାରଖ କରିବା ସହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ପର୍ଯ୍ୟବେକ୍ଷକ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.