Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

ନୀରବ ମୋଦୀଙ୍କୁ ଶୀଘ୍ର ଭାରତ ଅଣାଯିବ ! ଲଣ୍ଡନରେ ଆରମ୍ଭ ହେଲା ପ୍ରତ୍ୟର୍ପଣ ଉପରେ ଶୁଣାଣି

11/05/2020 at 7:33 PM

ନୂଆଦିଲ୍ଲୀ ୧୧।୦୫: ପ୍ରାୟ ୧୩୦୦୦ କୋଟି ଟଙ୍କାର ବ୍ୟାଙ୍କ ଘୋଟାଲାର ଦୋଷୀ ତଥା ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀଙ୍କ ପ୍ରତ୍ୟର୍ପଣ ଉପରେ ସୋମବାରଠୁ ଆଗାମୀ ପାଞ୍ଚ ଦିନ ପର୍ଯ୍ୟନ୍ତ ଲଣ୍ଡନର ଓ୍ଵେଷ୍ଟମିନିଷ୍ଟ ମାଜିଷ୍ଟ୍ରେଟ୍ କୋର୍ଟରେ ଶୁଣାଣି ହେବ। କୋର୍ଟ ପକ୍ଷରୁ କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ(CBI) ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି(ED)ର ଅଭିଯୋଗ ଉପରେ ଶୁଣାଣି ହେବ। ନୀରବ ମୋଦୀ ଲଣ୍ଡନର ଓ୍ଵେଣ୍ଡସବର୍ଥ ଜେଲ୍‌ରୁ ଭିଡିଓ କନଫରେନ୍ସିଂ  ଜରିଆରେ କୋର୍ଟରେ ହାଜର ହୋଇପାରେ। କରୋନା ଭାଇରସ୍‌ ମହାମାରୀ କାରଣରୁ ବ୍ରିଟେନ୍‌ରେ ମଧ୍ୟ ଲକ୍‌ଡାଉନ୍‌ ଲାଗୁ ହୋଇଛି।

ସିବିଆଇ ଓ ଇଡିର ଅଧିକାରୀଙ୍କ ଏକ ଦଳ କ୍ରାଉନ୍‌ ପ୍ରସିକ୍ୟୁସନ ସର୍ଭିସ(CPS) ସହ କ୍ରମାଗତ ଯୋଗାଯୋଗରେ ଅଛନ୍ତି। ସିପିଏସ ପକ୍ଷରୁ ଲଣ୍ଡନ କୋର୍ଟରେ ଭାରତର ପ୍ରତିନିଧିତ୍ଵ କରାଯାଉଛି। କାର ବିମାନ ସେବା ବନ୍ଦ ଥିବା କାରଣରୁ ଶୁଣାଣି ପାଇଁ ଭାରତୀୟ ଅଧିକାରୀ ଲଣ୍ଡନ ପହଞ୍ଚିବାରେ ଅସମର୍ଥ ହୋଇଛନ୍ତି।

ସିବିଆଇ ଓ ଇଡି  ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(PNB) ଘୋଟାଲାରେ ମୋକଦ୍ଦମା ଚଳାଇବା ପାଇଁ ନୀରବ ମୋଦୀଙ୍କୁ ଭାରତ ପ୍ରତ୍ୟର୍ପଣ କରିବା ଲାଗି ବ୍ରିଟିଶ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି। ୪୯ ବର୍ଷୀୟ ନୀରବ ମୋଦୀ ୨୦୧୯ରେ ଗିରଫ ପରଠୁ ଦକ୍ଷିଣ-ପଶ୍ଚିମ ଲଣ୍ଡନର ଓ୍ଵେଣ୍ଡସବର୍ଥ ଜେଲ୍‌ରେ ରଖାଯାଇଛି।

କ୍ରାଉନ୍‌ ପ୍ରୋସିକ୍ୟୁସନ ସର୍ଭିସ୍ ଜରିଆରେ ଭାରତୀୟ ଏଜେନ୍ସି ନୀରବ ମୋଦୀ ବିରୋଧରେ ଅତିରିକ୍ତ ଅଭିଯୋଗ ଫର୍ଦ୍ଦ ଦାଖଲ କରିବା ଉପରେ ଜୋର ଦେଇଛନ୍ତି। ଏହି ଅତିରିକ୍ତ ଅଭିଯୋଗରେ ସାକ୍ଷୀଙ୍କୁ ଭୟଭୀତ କରାଇବା ଓ ପ୍ରମାଣ ନଷ୍ଟ କରିବା ଆଦି ସାମିଲ।

ଭାରତୀୟ ଏଜେନ୍ସିଙ୍କ ଅଭିଯୋଗ ଅନୁଯାୟୀ ନୀରବ ମୋଦୀର ଇସାରାରେ ତାର ସହଯୋଗୀଙ୍କ ମୋବାଇଲ ଫୋନ ନଷ୍ଟ କରାଯାଇଛି। ଏହା ସହିତ ନୀରବ ମୋଦୀ ଜଣେ ସାକ୍ଷୀଙ୍କୁ ତା ବିରୋଧରେ ବୟାନ ଦେଲେ ଜୀବନରୁ ମାରି ଦେବାକୁକ  ଧମକ ଦେଇଥିଲା।

ନୀରବ ମୋଦୀର ଜାମିନ ଯାଚିକା ଲଣ୍ଡନ କୋର୍ଟରେ ପୂର୍ବରୁ ୫ ଥର ଖାରଜ ହୋଇ ସାରିଛି। ଭାରତୀୟ ଏଜେନ୍ସି ଆଶା ରଖିଛନ୍ତି, ମୋଦୀ ବିରୋଧରେ ବଳିଷ୍ଠ ପ୍ରମାଣ ଥିବା କାରଣରୁ ତାକୁ ଭାରତ ପ୍ରତ୍ୟର୍ପଣ କରାଯିବ।

   Related Posts