Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ନୀରବ ମୋଦିଙ୍କ ଏହି ଜ୍ୟାକେଟ୍‌ର ମୂଲ୍ୟ ୯ ଲକ୍ଷ, ଜାଣନ୍ତୁ କେଉଁଥିରେ ହୋଇଛି ତିଆରି

10/03/2019 at 3:35 PM

ନୂଆଦିଲ୍ଲୀ ୧୦|୩ : ପିଏନବି ବ୍ୟାଙ୍କ ଠକେଇର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦିଙ୍କୁ ଖୋଜୁଛି ଇଣ୍ଟରପୋଲ୍ ।ଭାରତ ସରକାରଙ୍କ ଅନୁରୋଧ କ୍ରମେ ରେଡ୍ କର୍ଣ୍ଣର ନୋଟିସ୍ ଜାରି କରିବା ସହ ନୀରବ ମୋଦିଙ୍କୁ ଖୋଜୁଛି
ଇଣ୍ଟରପୋଲ୍ । ଭାରତୀୟ ଯାଂଚ ଏଜେନ୍ସି ମଧ୍ୟ ତାଙ୍କୁ ଖୋଜିବାରେ ଲାଗିଛି । ହେଲେ ନୀରବ ମୋଦି ଏବେ ବେଶ ବଦଳାଇ ଲଣ୍ଡନରେ ବିନ୍ଦାସରେ ବୁଲୁଛନ୍ତି । କେବଳ ଲଣ୍ଡନରେ ବିନ୍ଦାସ ବୁଲୁନାହାନ୍ତି, ସେଠାରେ ସେ ନିଜର ନୂଆ ବେପାର ବି ଜମେଇ ସାରିଲେଣି । ସାରା ଦୁନିଆରେ ନୀରବଙ୍କୁ ଖୋଜା ଚାଲିଛି, ଏଣେ ତାଙ୍କୁ ମିଡିଆର କ୍ୟାମେରା ଖୋଜି ପାଇଛି ଲଣ୍ଡନରେ । ଭାରତର ମୋଷ୍ଟ ୱାଣ୍ଟେଡ୍ ହୀରା ବେପାରୀ ନୀରବ ମୋଦି ଏବେ ଲଣ୍ଡନରେ ଏକ ସୌଖୀନ ଆପାର୍ଟମେଣ୍ଟରେ ରହିବା ସହ ସୌଖୀନ ଜୀବନ ଅତିବାହିତ କରୁଛନ୍ତି ।

ଲଣ୍ଡନର ଗଣମାଧ୍ୟମ ସଂସ୍ଥାର ଦ ଟେଲିଗ୍ରାଫ୍ ଯେତେବେଳେ ନୀରବ ମୋଦିଙ୍କ ସହ କଥା ହେଉଥିଲା ସେ ସେତେବେଳେ ଏକ ଜ୍ୟାକେଟ୍ ପିନ୍ଧିଥିଲେ । ଯାହାର ମୂଲ୍ୟ ପାଖାପାଖି ୧୦,୦୦୦ ପାଉଣ୍ଡ (୯.୧ ଲକ୍ଷ ଟଙ୍କା) । ତା ପରଠାରୁ ତାଙ୍କର ଏହି ଜ୍ୟାକେଟ୍ କୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ଚାଲିଛି । ତାଙ୍କର ଏହି ଏହି ଜ୍ୟାକେଟ୍ ଟି ଓଟପକ୍ଷୀର ଚମଡାରେ ତିଆରି ହୋଇଛି । ଓଟପକ୍ଷୀ ଚମଡା ବିଶ୍ବରେ ସବୁଠୁ ମହଙ୍ଗା । ଓଟପକ୍ଷୀର ଚମଡା କଠିନ ପରର ଟୋପା ଟୋପା ଚିହ୍ନ ସଦୃଶ ।

ଆମେରିକୀୟ ଅଷ୍ଟ୍ରିଚ୍ ଆସୋସିଏସନ ଅନୁସାରେ ଓଟପକ୍ଷୀର ଚମଡା ବିଶ୍ବର ସବୁଠୁ ମହଙ୍ଗା । ପ୍ରାକୃତିକ ତେଲରେ ଭରପୁର ଥିବା ଓଟପକ୍ଷୀର ଚମଡା ସୁଖେନାହିଁ କି ଭାଙ୍ଗେନାହିଁ । ବିଶ୍ବର ଅନ୍ୟ କୌଣସି ଚମଡା ଏହାର ମୁକାବିଲା କରିପାରିବ ନାହିଁ । ଫ୍ୟାସନ ହାଉସ୍ ଯେପରିକି ହେମିଜ, ଲୁଇ ବୁଇଟନ, ଗୁଚ୍ଚି, କାର୍ଟିୟର, ପ୍ରାଦା ସହ ଅନ୍ୟ କେତେକ ଓଟପକ୍ଷୀ ଚମଡାର ବ୍ୟବହାର କରିଥାନ୍ତି । ଆଫ୍ରିକୀୟ ଓଟପକ୍ଷୀ ସବୁଠୁ ଅଧିକ ଉପଯୋଗୀ ହୋଇଥାଏ ।

୧୮୫୦ ମସିହାରେ ଆଫ୍ରିକାରେ ପ୍ରଥମେ ଏହାର ବ୍ୟବସାୟ ଆରମ୍ଭ ହୋଇଥିଲା । ମାତ୍ର ପ୍ରଥମ ବିଶ୍ବଯୁଦ୍ଧ ପରେ ଏହାର ବ୍ୟବସାୟ ବନ୍ଦ ହୋଇଯାଇଥିଲା । ଫଳରେ ଫ୍ୟାସନେବଲ ଟୋପି ଏବଂ ସୈନ୍ୟମାନଙ୍କ ୟୁନିଫର୍ମ ପାଇଁ ଅଭାବ ଦେଖାଦେଲା । ଫଳରେ ଅନ୍ୟ ଉତ୍ପାଦନର ବ୍ୟବସାୟ ଆରମ୍ଭ ହେଲା ।

   Related Posts