Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନୀରବ ମୋଦୀଙ୍କ ବାହାନା, ‘ମୁମ୍ବାଇ ଜେଲରେ ମୂଷା ଓ ପୋକଙ୍କୁ ଦେଖିଲେ ଡର ଲାଗୁଛି’

14/05/2020 at 9:11 PM

ମୁମ୍ବାଇ, ୧୪|୦୫ : ପିଏନବି ଘୋଟାଲାରେ ପଳାତକ ବ୍ୟବସାୟୀ ନୀରବ ମୋଦୀଙ୍କୁ ଭାରତ ପ୍ରତ୍ୟାର୍ପଣ ପାଇଁ ପ୍ରକ୍ରିୟା ଜାରି ରହିଛି। ସେ ମୁମ୍ବାଇସ୍ଥିତ ଆର୍ଥର ରୋଡ୍ ଜେଲର ବାରାକ ନମ୍ବର ୧୨ରେ ରହିବେ ବୋଲି ବ୍ୟବସ୍ଥା ହୋଇଛି । ଏବେ ବି ଲଣ୍ଡନ କୋର୍ଟରେ ନୀରବଙ୍କ ବିରୋଧରେ ମାମଲା ଜାରି ରହିଛି । ଏହା ମଧ୍ୟରେ ନୀରବ ଭାରତୀୟ ଜେଲରେ ନ ରହିବା ପାଇଁ ବାହାନା କରିଛନ୍ତି ।

ନୀରବଙ୍କ ଓକିଲ ଆପତ୍ତି କରି ରଖିଛନ୍ତି ଯେ, ଭାରତୀୟ ଜେଲରେ ମୂଷା, ପୋକ ଆଦି ରହିଛନ୍ତି । ଏପରିକି ମଶା ଓ ମାଛିଙ୍କ ପାଦ୍ରୁଭାବ ମଧ୍ୟ ବୃଦ୍ଧି ପାଇଛି । ଜେଲର ଡ୍ରେନ୍ ସଫା ହେଉନାହିଁ । ସେଥିରୁ ଦୁର୍ଗନ୍ଧ ବାହାରୁଛି । ଏଥିପାଇଁ ନୀରବଙ୍କ ମାନବାଧିକାର କ୍ଷୁର୍ଣ୍ଣ ହେଉଛି ଓ ଏଥିପାଇଁ ଆର୍ଥର ରୋଡ୍ ଜେଲ କର୍ତୃପକ୍ଷ ଦାୟୀ ହେବେ ବୋଲି ଓକିଲ କହିଥିଲେ ।

ପ୍ରାୟ ୧୩୦୦୦ କୋଟି ଟଙ୍କାର ବ୍ୟାଙ୍କ ଘୋଟାଲାର ଦୋଷୀ ତଥା ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀଙ୍କ ପ୍ରତ୍ୟର୍ପଣ ଉପରେ ସୋମବାରଠୁ ଆଗାମୀ ପାଞ୍ଚ ଦିନ ପର୍ଯ୍ୟନ୍ତ ଲଣ୍ଡନର ଓ୍ଵେଷ୍ଟମିନିଷ୍ଟ ମାଜିଷ୍ଟ୍ରେଟ୍ କୋର୍ଟରେ ଶୁଣାଣି ଆରମ୍ଭ ହୋଇଛି। କୋର୍ଟ ପକ୍ଷରୁ କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ(CBI) ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି(ED)ର ଅଭିଯୋଗ ଉପରେ ଶୁଣାଣି ଚାଲିଛି। ନୀରବ ମୋଦୀ ଲଣ୍ଡନର ଓ୍ଵେଣ୍ଡସବର୍ଥ ଜେଲ୍‌ରୁ ଭିଡିଓ କନଫରେନ୍ସିଂ  ଜରିଆରେ କୋର୍ଟରେ ହାଜର ହୋଇଥିଲେ କାରଣ କରୋନା ଭାଇରସ୍‌ ମହାମାରୀ କାରଣରୁ ବ୍ରିଟେନ୍‌ରେ ମଧ୍ୟ ଲକ୍‌ଡାଉନ୍‌ ଲାଗୁ ହୋଇଛି।

ସିବିଆଇ ଓ ଇଡିର ଅଧିକାରୀଙ୍କ ଏକ ଟିମ୍ କ୍ରାଉନ୍‌ ପ୍ରସିକ୍ୟୁସନ ସର୍ଭିସ(CPS) ସହ କ୍ରମାଗତ ଯୋଗାଯୋଗରେ ଅଛନ୍ତି। ସିପିଏସ ପକ୍ଷରୁ ଲଣ୍ଡନ କୋର୍ଟରେ ଭାରତର ପ୍ରତିନିଧିତ୍ଵ କରାଯାଉଛି। କାର ବିମାନ ସେବା ବନ୍ଦ ଥିବା କାରଣରୁ ଶୁଣାଣି ପାଇଁ ଭାରତୀୟ ଅଧିକାରୀ ଲଣ୍ଡନ ପହଞ୍ଚିବାରେ ଅସମର୍ଥ ହୋଇଛନ୍ତି।

ସିବିଆଇ ଓ ଇଡି  ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(PNB) ଘୋଟାଲାରେ ମୋକଦ୍ଦମା ଚଳାଇବା ପାଇଁ ନୀରବ ମୋଦୀଙ୍କୁ ଭାରତ ପ୍ରତ୍ୟର୍ପଣ କରିବା ଲାଗି ବ୍ରିଟିଶ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି। ୪୯ ବର୍ଷୀୟ ନୀରବ ମୋଦୀ ୨୦୧୯ରେ ଗିରଫ ପରଠୁ ଦକ୍ଷିଣ-ପଶ୍ଚିମ ଲଣ୍ଡନର ଓ୍ଵେଣ୍ଡସବର୍ଥ ଜେଲ୍‌ରେ ରଖାଯାଇଛି।

   Related Posts