ପଳାତକ ନୀରବ ମୋଦି ପ୍ରତ୍ୟର୍ପଣ ମାମଲା, ଆର୍ଥର ରୋଡ୍‌ ଜେଲ୍‌ ଭିଡିଓରେ ସନ୍ତୁଷ୍ଟ ବ୍ରିଟିଶ୍‌ କୋର୍ଟ !

Published By : Prameya-News7 Bureau | September 07, 2020 IST

ଲଣ୍ଡନ ୦୭/୦୯: ନୀରବ ମୋଦି ପ୍ରତ୍ୟର୍ପଣ ମାମଲାରେ ଶୁଣାଣି କରୁଥିବା ବ୍ରିଟେନର ଏକ ଅଦାଲତ ସୋମବାର ଦିନ ମୁମ୍ବାଇ ଆର୍ଥର ରୋଡ୍‌ ଜେଲ୍‌ର ଆଉ ଏକ ଭିଡିଓର ସମୀକ୍ଷା କରିଛି । ଭାରତ ସରକାରଙ୍କ ପକ୍ଷରୁ ଲଗାଯାଇଥିବା ମନି ଲଣ୍ଡରିଂ ମାମଲାରେ ଯଦି ହିରା ବେପାରୀ ନୀରବ ମୋଦିର ପ୍ରତ୍ୟର୍ପଣ ହୁଏ ତେବେ ସେ ଏହି ଜେଲ୍‌ରେ ରହିବ।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି)ରୁ କୋଟି କୋଟି ଟଙ୍କା ଠକି ନେଇଥିବା ନୀରବ ମୋଦି ପ୍ରତ୍ୟର୍ପଣ ପାଇଁ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରୁଥିବା କ୍ରାଉନ୍ ପ୍ରସିକ୍ୟୁସ୍‌ନ ସର୍ଭିସ୍‌ (ସିପିଏସ୍‌) କୋର୍ଟକୁ ନୂଆ ଭିଡିଓ ଦେଇଥିଲା । ଏହାସହ ଜେଲ୍‌ରେ କରୋନା ପରୀକ୍ଷଣ ଓ ଅନ୍ୟ ସୁବିଧା ସମ୍ପର୍କରେ ଅବଗତ କରାଇଥିଲା । ତେବେ ଏହି ଭିଡିଓ ୨୦୧୮ରେ ବିଜୟ ମାଲ୍ୟାକୁ ପ୍ରତ୍ୟର୍ପଣ ବେଳେ ଦେଖାଯାଇଥିବା ଭିଡିଓ ଭଳି । ମାଲ୍ୟାକୁ ବି ଏହି ବାରାକ୍‌ ୧୨ରେ ରଖାଯିବ । ବହୁ ବଡ଼ ବଡ଼ ଅପରାଧୀଙ୍କୁ ଏହି ବାରାକ୍‌ରେ ରଖାଯାଏ ।

ଅନ୍ୟପଟେ କୋର୍ଟରେ ଦେଖାଯାଇଥିବା ଭିଡିଓ ଉଚିତ ଥିବା ଓକିଲ ହୈଲେନ୍‌ ମ୍ୟାକ୍‌ଲମ  କହିଛନ୍ତି । ୫ ଦିନିଆ ଶୁଣାଣିର ପ୍ରଥମ ଦିନ ସୋମବାର ଥିଲା । ଏହି ଶୁଣାଣି ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ। ଏହି ମାମଲାରେ ରାୟ ଚଳିତବର୍ଷ ଶେଷ ସୁଦ୍ଧା ଆସିବାର ସମ୍ଭାବନା ରହିଛି । ୧ ଡିସେମ୍ବରରେ ଶେଷ ଶୁଣାଣି ହେବା ସୁନିଶ୍ଚିତ ହୋଇଯାଇଛ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.