ଲଣ୍ଡନ କୋର୍ଟଙ୍କ ମଞ୍ଜୁରୀ, ଭାରତକୁ ପ୍ରତ୍ୟାର୍ପଣ ହେବେ ନୀରବ ମୋଦି !

Published By : Prameya-News7 Bureau | February 25, 2021 IST

ନୂଆଦିଲ୍ଲୀ, ୨୫/୦୨: ବହୁ ଚର୍ଚ୍ଚିତ ପଞ୍ଜାବ ନାସନାଲ୍‌ ବ୍ୟାଙ୍କ ଘୋଟାଲାର ମୁଖ୍ୟ ଅଭିଯୁକ୍ତ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ଭାରତ ପ୍ରତ୍ୟାର୍ପଣ କରାଯିବା ନେଇ ରାସ୍ତା ପରିଷ୍କାର ହୋଇଛି । ଲଣ୍ଡନ୍‌ କୋର୍ଟରେ ନୀରବ ଦାଖଲ କରିଥିବା ଯିଚିକାର ଶୁଣାଣି କରି ଏହାକୁ ରଦ୍ଦ କରିଦେଇଛନ୍ତି । କୋର୍ଟ ନୀରବଙ୍କୁ ଭାରତ ପ୍ରତ୍ୟାର୍ପଣ କରିବା ନେଇ ମଞ୍ଜୁରୀ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ ଭାରତର ନ୍ୟାୟପାଳିକା ପକ୍ଷପାତିତା କରେନାହିଁ ।

ୱେଷ୍ଟମିଂଷ୍ଟର ମାଜିଷ୍ଟ୍ରେଟ୍‌ କୋର୍ଟର ଜର୍ଜ ସୋମୁଏଲ୍‌ ଗୋଜି ଏହି ମାମଲାର ଶୁଣାଣି କରି କହିଛନ୍ତି, ଏହା ସ୍ପଷ୍ଟ ଯେ ନୀରବ ମୋଦିଙ୍କୁ ଭାରତରେ କେତେକ ପ୍ରଶ୍ନର ଉତ୍ତର ରଖିବାକୁ ହେବ । ଭାରତକୁ ଯିବା ପରେ ସେ ଦୋଷୀ ସାବ୍ୟସ୍ତ ହେବାର ବିଶେଷ ସମ୍ଭାବନା ରହିଛି । ନୀରବ କୋର୍ଟରେ ଦେଇଥିବା ବୟାନ ଭିତରେ କିଛି ମେଳ ରହୁନାହିଁ ଏହା ସହିତ ପ୍ରଥମରୁ ହିଁ ପ୍ରମାଣ ତାଙ୍କ ବିରୋଧରେ ଯାଇଥିବା କୋର୍ଟ ଏହି ରାୟରେ କହିଛନ୍ତି ।  

ନୀରବଙ୍କୁ କୋର୍ଟ ଏହି ରାୟ ବିରୋଧରେ ପୁଣିଥରେ ଅପିଲ୍‌ କରିବାର ମୌକା ଦେଇଛନ୍ତି । କୋର୍ଟ କହିଛନ୍ତି, ଏହାର କୌଣସି ପ୍ରମାଣ ନାହିଁ ଯେ, ଭାରତକୁ ଯଦି ନିରବଙ୍କୁ ପ୍ରତ୍ୟାର୍ପଣ କରାଯାଏ ତେବେ ତାଙ୍କ ସହିତ ନ୍ୟାୟ ହେବ ନାହିଁ । ଭାରତର ନ୍ୟାୟପାଳିକା ନିରପେକ୍ଷ । କୋର୍ଟ ତାଙ୍କର ଭାରତକୁ ପ୍ରତ୍ୟାର୍ପଣର ରାସ୍ତା ସଫା କରିଦେଇଥିଲେ ମଧ୍ୟ ନୀରବଙ୍କ ପାଖରେ ଉପର କୋର୍ଟକୁ ଯିବାକୁ ବିକଳ୍ପ ଦେଇଛନ୍ତି । ୨୮ ଦିନ ଭିତରେ ସେ ହାଇକୋର୍ଟରେ ଅପିଲ୍‌ କରିପାରିବେ । ଯାହାକୁ ନେଇ ଆଶଙ୍କା କରାଯାଉଛି ଯେ, ନୀରବଙ୍କ ପ୍ରତ୍ୟାର୍ପଣ ଏବେ ହୋଇପାରିବ ନାହିଁ ।         

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.