ନିରବ ମୋଦିଙ୍କୁ ବ୍ରିଟେନ କୋର୍ଟଙ୍କ ଝଟକା, ପୁଣି ବଢିଲା ହାଜତ ମିଆଦ

Published By : Prameya-News7 Bureau | April 26, 2019 IST

ଲଣ୍ଡନ ୨୫।୪ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଋଣ ଠକେଇ ମାମଲାରେ ଫେରାର ଭାରତୀୟ ରତ୍ନ ଆଭୂଷଣ ବ୍ୟବସାୟୀ ନିରବ ମୋଦିଙ୍କ ଜାମିନ ନିବେନ ଓ୍ବେଷ୍ଟମିନେଷ୍ଟର କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି । ଲଣ୍ଡନ ପୋଲିସ ଗତମାସରେ ନିରବ ମୋଦିଙ୍କୁ ଗିରଫ କରିଥିଲା। ତାଙ୍କୁ ଏବେ ଓ୍ବଣ୍ଡସଓ୍ବର୍ଥ ଜେଲରେ  ରଖାଯାଇଛି । 

{"id":107600,"width":586,"height":293}

ମାର୍ଚ୍ଚ ୧୯ରେ ନିରବଙ୍କୁ ଗିରଫ କରାଯିବା ପରେ ପୋଲିସ ତାଙ୍କୁ ୨୯ ତାରିଖରେ କୋର୍ଟରେ ହାଜର କରିଥିଲା। ସେତେବେଳେ ନିରବଙ୍କ ପକ୍ଷରୁ ଜାମିନ ନିବେଦନ କରାଯାଇଥିବା ବେଳେ ବିଚାରପତି ଏମ୍ମା ଏର୍ବଥନଟ ତାଙ୍କ ଜାମିନ ନିବେଦନ ଖାରଜ କରିଦେଇଥିଲେ। ଜାମିନ ମଞ୍ଜୁର ହେଲେ ନିରବ ପୁଣି ଫେରାର ହୋଇଯିବେ ବୋଲି କୋର୍ଟ କହିଥିଲେ। ତେବେ ନିରବ ବ୍ରିଟେନ ହାଇକୋର୍ଟରେ ଅପିଲ କରିବେ ବୋଲି ଅନୁମାନ କରାଯାଉଥିଲା। ହେଲେ ତାଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୋର୍ଟରେ କୌଣସି ନିବେଦନ ହୋଇ ନାହିଁ ।

wp:core-embed/twitter {"url":"https://twitter.com/dir_ed/status/1121671490171097093","type":"rich","providerNameSlug":"twitter","className":""}
https://twitter.com/dir_ed/status/1121671490171097093
/wp:core-embed/twitter

ଜାମିନ ଶୁଣାଣି ପାଇଁ ଆଜି ନିରବଙ୍କୁ ଭିଡିଓ କନଫରେନସିଂ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିଲା। ଉଭୟପକ୍ଷ ଓକିଲଙ୍କ ତର୍କ ଶୁଣିବା ପରେ ଅଦାଲତ ନିରବଙ୍କ ପୋଲିସ ହାଜତ ମିଆଦକୁ ମେ ୨୪ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛନ୍ତି । ଏପଟେ ଭାରତରେ ଇଡି ନିରବ ଓ ତାଙ୍କ ମାଁମୁ ମେହୁଲ ଚୌକସିଙ୍କ ଜବତକରିଥିବା ୧୩ଟି ମୂଲ୍ୟବାନ କାର ମଧ୍ୟରୁ ୧୨ଟିକୁ ବିକ୍ରି କରିଦେଇଛନ୍ତି । ଏଥିରୁ ଇଡିଙ୍କୁ ୩.୨୯ କୋଟି ଟଙ୍କା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.