ନୀରବ ମୋଦିଙ୍କ ଜାମିନ ଆବେଦନ ଉପରେ ଚାଲିଛି ଶୁଣାଣି: ଲଣ୍ଡନ କୋର୍ଟରେ ଉପସ୍ଥିତ ଅଛନ୍ତି ସିବିଆଇ ଏବଂ ଇଡି ଅଧିକାରୀ

Published By : Prameya-News7 Bureau | March 29, 2019 IST

ନୂଆଦିଲ୍ଲୀ ୨୯/୩ : ଭାରତର ହୀରା ବ୍ୟବସାୟୀ ନୀରବ ମୋଦି ଯିଏ ପିଏନବିର୧୩ ହଜାର କୋଟି ଟଙ୍କାର ଠକେଇ କରି ଲଣ୍ଡନ ଫେରାର ହୋଇଯାଇଥିଲେ | ନୀରବ ମୋଦିଙ୍କୁ ମାର୍ଚ୍ଚ ୨୦ ତାରିଖରେ ଲଣ୍ଡନ ପୋଲିସ ଗିରଫ କରିଥିଲା | ତେବେ ଜାମିନ ପାଇଁ ସେ କୋର୍ଟରେ ଆବେଦନ କରିଥିଲେ | ତାଙ୍କ ଜାମିନ ଆବେଦନର ଶୁଣାଣି ଆଜି ୱେଷ୍ଟମିନଷ୍ଟ୍ର କୋର୍ଟରେ ଚାଲିଛି | ଏଥିପାଇଁ ସିବିଆଇ ଏବଂ ଇଡିର ମିଳିତ ଟିମ ଆଜି ଲଣ୍ଡନ ଯାଇଛି ଏଜେନ୍ସି ପାଖରେ ନୀରବ ମୋଦି ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ଅଛି | ଲଣ୍ଡନରେ ପହଂଚି ସିବିଆଇ ଏବଂ ଇଡିର ଟିମ ଜଣେ ଅଧିକାରୀଙ୍କୁ କହିଥିଲେ ଯେ, ଲଣ୍ଡନର କ୍ରାଉନ ସର୍ଭିସ ନୀରବ ମୋଦିଙ୍କ ଜାମିନ ଆବେଦନ ବିରୋଧରେ ନିଜ ପକ୍ଷ ରଖିବେ |

{"id":98151}


ସୂଚନାଯୋଗ୍ୟ ଯେ, ୨୦ ତାରିଖରେ ଲଣ୍ଡନ ପୋଲିସ ଦ୍ୱାରା ଗିରଫ ହୋଇଥିବା ନୀରବ ମୋଦିଙ୍କ ଜାମିନ ଆବେଦନ କୋର୍ଟ ଖାରଜ କରିଦେଇଥିଲେ | କୋର୍ଟ ନୀରବ ମୋଦିଙ୍କୁ ଜେଲ ପଠାଇବା ପାଇଁ ନିର୍ଦେଶ ଦେଇଥିଲେ | ଜାମିନ ଆବେଦନ ଖାରଜ ହେବାପରେ ନୀରବଙ୍କ ଓକିଲ କୋର୍ଟରେ ୫ ଲକ୍ଷ ପାଉଣ୍ଡ, ପାଖାପାଖି ସାଢେ ୪ କୋଟି ଟଙ୍କା ଜମା କରିବା ପାଇଁ ପ୍ରସ୍ତାବ ଦେଇଥିଲେ | ଏହାପରେ ପୁଣିଥରେ ନୀରବ ମୋଦିଙ୍କ ଜାମିନ ପାଇଁ ଆବେଦନ କରାଯାଇଥିଲା |

{"id":98152}


ଦିଲ୍ଲୀରୁ ଲଣ୍ଡନ ଯାଇଥିବା ମିଳିତ ଏଜେନ୍ସି ଟିମର ନେତୃତ୍ୱ ଇଡି ଏବଂ ସିବିଆଇର ବରିଷ୍ଠ ଅଧିକାରୀ କରୁଛନ୍ତି | ଏ ସମସ୍ତେ ଶୁଣାଣି ବେଳେ କୋର୍ଟରେ ଉପସ୍ଥିତ ରହିବେ | କୋର୍ଟରେ ଆଜି ସେହି ବିଚାରପତି ନୀରବ ମୋଦିଙ୍କ ଜମାନତର ଶୁଣାଣି କରିବେ ଯେଉଁ ବିଚାରପତି ଭାରତ ଦ୍ୱାରା ନୀରବଙ୍କ ପ୍ରତ୍ୟାବର୍ତ୍ତନ ପାଇଁ କରାଯାଇଥିବା ମାମଲାର ଶୁଣାଣି କରିଥିଲେ |

{"id":98153}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.