Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ପଳାତକ ନିରବ ମୋଦିର ୩୨୭ କୋଟି ଟଙ୍କା ସମ୍ପତ୍ତି ଜବତ

8/07/2020 at 6:28 PM

ନୂଆଦିଲ୍ଲୀ ୦୮/୦୭ : ଦେଶରୁ ପଳାୟନ କରିଥିବା ହୀରା ବ୍ୟବସାୟୀ ନିରବ ମୋଦି ଉପରେ ପ୍ରବର୍ତ୍ତନ ନିର୍ଦେଶାଳୟ ବଡ ପଦକ୍ଷେପ ଗ୍ରହଣ କରିଛି | ପ୍ରବର୍ତ୍ତନ ନିର୍ଦେଶାଳୟ ନିରବ ମୋଦିର ୩୨୬.୯୯ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି | ସୂଚନାଯୋଗ୍ୟ ଯେ, ଜୁନ ପ୍ରଥମ ସପ୍ତାହରେ ପିଏମଏଲଏ କୋର୍ଟ ନିର୍ଦେଶ ଦେଇଥିଲେ ଯେ ନିରବ ମୋଦିର ସମସ୍ତ ସମ୍ପତ୍ତି ଜବତ କରିଦିଆଯାଉ | ଆଦେଶ ପରେ ନିରବ ମୋଦିର ସମସ୍ତ ସମ୍ପତ୍ତି ଉପରେ ଏବେ ଭାରତ ସରକାରଙ୍କ ଅଧିକାର ରହିଛି | 

ପ୍ରବର୍ତ୍ତନ ନିର୍ଦେଶାଳୟ କହିଛନ୍ତି ଯେ, ନିରବ ମୋଦିର ଜବତ ହୋଇଥିବା ସମ୍ପତ୍ତି ମଧ୍ୟରେ ମୁମ୍ବାଇର ୪ଟି ଫ୍ଲାଟ, ଅଲିବାଗରେ ଜମି, ଏକ ଫାର୍ମ ହାଉସ, ଲଣ୍ଡନରେ ଫ୍ଲାଟ, ଦୁବାଇରେ ଫ୍ଲାଟ, ଜୈସେଲମେର ଏକ ପବନ ଚକ୍କୀ ସମେତ ବ୍ୟାଙ୍କରେ ଜମା ଟଙ୍କା ଓ ସେୟାର ସାମିଲ ରହିଛି | ଇଡିର ଏହି କାର୍ଯ୍ୟାନୁଷ୍ଠାନ ପରେ ନିରବ ମୋଦିର ବହୁତ କ୍ଷତି ହୋଇଛି | ଏହା ପୂର୍ବରୁ ମଧ୍ୟ ଇଡି ନିରବ ମୋଦିର ସମ୍ପତ୍ତି ଜବତ କରିଥିଲା |

   Related Posts