Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||

ନିରବ ମୋଦିର ୪ଟି ସ୍ୱିଶ ବ୍ୟାଙ୍କ ଆକାଉଣ୍ଟ ଜବତ : ଜମା ଥିଲା ୨୮୩ କୋଟି ଟଙ୍କା

27/06/2019 at 1:00 PM

ବ୍ରିଟେନ ୨୭/୬ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକାମୀର ମୁଖ୍ୟ ଅଭିଯୁକ୍ତ ନିରବ ମୋଦି ବିରୋଧରେ ବଡ ପଦକ୍ଷେପ ନିଆଯାଇଛି । ତଦନ୍ତ ସଂସ୍ଥା ନିରବ ମୋଦି ଏବଂ ତାଙ୍କ ଭଉଣୀ ପୁର୍ବି ମୋଦି ସହ ଜଡିତ ୪ଟି ବ୍ୟାଙ୍କ ଆକାଉଣ୍ଟ ସ୍ୱିଜରଲ୍ୟାଣ୍ଡରେ ଜବତ କରିଛନ୍ତି । ଏହି ଆକାଉଣ୍ଟରେ ପାଖାପାଖି ୨୮୩.୧୬ କୋଟି ଟଙ୍କା ଜମା ରହିଛି । ନିରବ ମୋଦି ଉପରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ୧୩ ଯାହାର କୋଟି ଟଙ୍କା ଠକାମୀ ଅଭିଯୋଗ ହୋଇଛି ।

ଏହି ମାମଲାରେ ସ୍ୱିଶ ବ୍ୟାଙ୍କ ତରଫରୁ ଏକ ରିଲିଜ ମଧ୍ୟ ଜାରି କରାଯାଇଛି । ଭାରତର ଦାବି ଅନୁଯାୟୀ ନିରବ ଏବଂ ତାଙ୍କ ଭଉଣୀର ୪ଟି ଆକାଉଣ୍ଟ ଜବତ କରାଯାଇଥିବା ଏହି ରିଲିଜରେ ଦର୍ଶାଯାଇଛି । 

ନିରବ ମୋଦି ମାମଲାରେ ଏହା ଦ୍ୱିତୀୟ ବଡ ସଫଳତା । ଏହା ପୂର୍ବରୁ ବୁଧବାର ଦିନ ସ୍ପଷ୍ଟ ହୋଇଯାଇଥିଲା ଯେ, ଏହି ଠକାମୀରେ ସଂଶ୍ଲିଷ୍ଟ ଅନ୍ୟ ଅଭିଯୁକ୍ତ ମେହୁଲ ଚୋକସିର ଭାରତ ପ୍ରତ୍ୟାର୍ପଣ ରାସ୍ତା ସଫା ହୋଇଯାଇଛି । ଏଣ୍ଟିଗୁଆ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମେହୁଲ ଚୋକସିର ନାଗରିକତା ରଦ୍ଦ କରିଦିଆଯାଇଛି । ଯାହାଫଳରେ ତା ପାଖରେ ଆଉ କୌଣସି ଆଇନଗତ ରାସ୍ତା ନାହିଁ । ତାକୁ ଭାରତ ପ୍ରତ୍ୟାର୍ପଣ କରିବାକୁ ହେବ ।

ଏଭଳି ସ୍ଥିତିରେ ନିରବ ମୋଦିର ୪ଟି ଆକାଉଣ୍ଟ ସିଜ ହେବ ତଦନ୍ତ ସଂସ୍ଥା ପାଇଁ ଏକ ବଡ ସଫଳତା । ନିରବ ମୋଦି ଏବେ ଲଣ୍ଡନରେ ନ୍ୟାୟିକ ହାଜତରେ ଅଛି । ସେ କୋର୍ଟରେ ୪ଥର ଜାମିନ ପାଇଁ ଆବେଦନ କରିସାରିଛି । କିନ୍ତୁ କୋର୍ଟ ୪ଥର ଯାକ ତାର ଆବେଦନ ଖାରଜ କରିଦେଇଛନ୍ତି ।

୨୦୧୮ ଫେବୃଆରୀ ମାସରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକାମୀ ଘଟଣା ସାମ୍ନାକୁ ଆସିଥିଲା । ଘଟଣା ସାମ୍ନାକୁ ଆସିବା ପରେ ନିରବ ମୋଦି ଫେରାର ହୋଇଯାଇଥିଲା । ସେହିଦିନ ଠାରୁ ବିଭିନ୍ନ ସଂସ୍ଥା ନିରବ ମୋଦିକୁ ଖୋଜୁଥିଲେ । ଏବେ ପର୍ଯ୍ୟନ୍ତ ଦେଶରେ ନିରବ ମୋଦିର ଅନେକ ସମ୍ପତ୍ତି ଜବତ ହୋଇସାରିଛି ।

ଚଳିତ ବର୍ଷ ମାର୍ଚ୍ଚ ମାସରେ ନିରବ ମୋଦିକୁ ଲଣ୍ଡନରେ ଗିରଫ କରାଯାଇଥିଲା । ସେହିଦିନ ଠାରୁ ଭାରତୀୟ ସଂସ୍ଥା ତାକୁ ଭାରତକୁ ଆଣିବାକୁ ଉଦ୍ୟମ କରୁଛନ୍ତି । ନିରବ ମୋଦିର ପ୍ରତ୍ୟାର୍ପନ ପାଇଁ  ବ୍ରିଟେନ ସହ କଥାବାର୍ତ୍ତା କରୁଛନ୍ତି । ଭାରତରେ ସିବିଆଇ ଓ ଇଡି ନିରବ ମୋଦି ମାମଲାର ତଦନ୍ତ କରୁଛନ୍ତି ।

   Related Posts