ରାଜ୍ୟ କଂଗ୍ରେସର ମଙ୍ଗ ଧରିବାକୁ ପୁଣିଥରେ ଅମଙ୍ଗ ନିରଞ୍ଜନ, ହାଇକାମାଣ୍ଡଙ୍କୁ ଲେଖିଲେ ଚିଠି

Published By : Prameya-News7 Bureau | October 02, 2021 IST

ଭୁବନେଶ୍ୱର, ୦୨/୧୦: ରାଜ୍ୟ କଂଗ୍ରେସର ମଙ୍ଗ ଧରିବାକୁ ପୁଣିଥରେ ଅମଙ୍ଗ ନିରଞ୍ଜନ । ପୂର୍ବରୁ ଥରେ ଇସ୍ତଫା ପତ୍ର କଂଗ୍ରେସ୍ ହାଇକମାଣ୍ଡଙ୍କ ନିକଟକୁ ପଠାଇଥିବା ବେଳେ ଏବେ ପୁଣିଥରେ ସେ ହାଇକମାଣ୍ଡଙ୍କ ନିକଟକୁ ଚିଠି ଲେଖିଛନ୍ତି । ସଭାପତି ପଦରୁ ଅବ୍ୟାହତି ଦେବା ପାଇଁ ସେ ଏଥିରେ ଲେଖିଥିବା ଜଣାପଡ଼ିଛି ।     

୨୦୧୯ ନିର୍ବାଚନ ପରେ ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକ ଇସ୍ତଫା ଦେଇଥିଲେ । ହେଲେ ଏ ପର୍ଯ୍ୟନ୍ତ ତାଙ୍କ ଇସ୍ତଫା ପତ୍ର ଗ୍ରହଣ ହୋଇନାହିଁ । ଏହି ନିର୍ବାଚନରେ କଂଗ୍ରେସର ସ୍ଥିତି ଖରାପ ରହିବାରୁ ସେ ଇସ୍ତଫା ଦେଇଥିଲେ । ହେଲେ ଏହା ଗ୍ରହଣ ନହେବାରୁ ସେ ଏପର୍ଯ୍ୟନ୍ତ ରାଜ୍ୟ କଂଗ୍ରେସର ମଙ୍ଗ ସମ୍ଭାଳି ଆସୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.