ସଂକ୍ରମଣ କମିଥିଲେ ବି ଆଶଙ୍କା ଦୂର ହୋଇନି, ପର୍ଯ୍ୟାୟକ୍ରମେ କୋହଳ କରାଯାଉଛି କଟକଣା

Published By : Prameya-News7 Bureau | June 29, 2021 IST

ଭୁବନେଶ୍ୱର ୨୯।୦୬ : ସଂକ୍ରମଣ କମିଥିଲେ ବି ଆଶଙ୍କା ଦୂର ହୋଇନି, ଲୋକମାନେ ଢ଼ିଲା ନ ହୁଅନ୍ତୁ । ଯେଉଁ ଷ୍ଟ୍ରାଟେଜିରେ କାମ କରୁଥିଲେ ସେହି ଷ୍ଟ୍ରାଟେଜିକୁ ଆଉ କିଛି ଦିନ ଚାଲୁ ରଖିବାକୁ ପଡିବ । ସାମଗ୍ରିକ ଭାବେ ଓଡ଼ିଶାର ସ୍ଥିତିରେ ସୁଧାର ଆସୁଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ସେହିପରି ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ପ୍ରତିଦିନର ସଂକ୍ରମଣ କମିଛି, ସଂକ୍ରମଣ ହାର କମିଛି, ଆକ୍ଟିଭ କେସ ସଂଖ୍ୟା କମିଛି, ହସ୍ପିଟାଲାଇଜ ପେସେଣ୍ଟଙ୍କ ସଂଖ୍ୟା ବି କମିଛି ।  ଯେଉଁ ୫ ଜିଲ୍ଲାରେ ବର୍ତ୍ତମାନ ସଂଖ୍ୟା ଟିକିଏ ଅଧିକ ରହୁଛି ସେଠି ବି କମିବ ମାତ୍ର ଆମକୁ ଧର୍ଯ୍ୟ ଧରି ରହିବାକୁ ପଡ଼ିବ । ଯେଉଁ ଷ୍ଟ୍ରାଟେଜିରେ କାମ କରୁଥିଲେ ସେହି ଷ୍ଟ୍ରାଟେଜିକୁ ଆଉ କିଛି ଦିନ ଚାଲୁ ରଖିବାକୁ ପଡିବ । ଲୋକମାନଙ୍କୁ ନିବେଦନ କରୁଛୁ ଢ଼ିଲା ହୁଅନ୍ତୁ ନାହିଁ । ସଂକ୍ରମଣ କମିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଆମେ ଆଶଙ୍କାରୁ ଦୂରରେ ନୁହଁ । ସଂକ୍ରମଣ ପୁଣି କେତେବେଳେ ବି ବଢ଼ି ଯାଇପାରେ । ଯେଉଁ ଗାଇଡ଼ ଲାଇନ କୁହାଯାଇଛି ତାକୁ ଅନୁପାଳନ କରନ୍ତୁ । ଫେଜ ୱାଇଜ ଜିଲ୍ଲା ଗୁଡିକୁ କୋହଳ କରାଯାଉଛି । ସେହି ଅନୁଯାୟୀ ନିଷ୍ପତ୍ତି ନିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.