Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ରାଜ୍ୟରେ ସଂକ୍ରମଣ କମିଛି, ଆଗାମୀ ୨ରୁ ୩ ମାସ ଗୁରୁତ୍ୱପୂର୍ଣ୍ଣ

26/07/2021 at 11:41 AM

ଭୁବନେଶ୍ୱର ୨୬।୦୭: ରାଜ୍ୟରେ ସଂକ୍ରମଣ କମିଛି । ତଥାପି ଆଗାମୀ ଦୁଇ ରୁ ତିନି ମାସ ଆମକୁ ସତର୍କ ରହିବାକୁ ପଡ଼ିବ । କୋଭିଡ ନିୟମ, ମାକ୍ସ ପିନ୍ଧିବା, ସାମାଜିକ ଦୂରତା, ଇଣ୍ଡୋର ଗ୍ୟାଦେରିଙ୍ଗକୁ ରୋକିବାକୁ ପଡିବ ।  ନହେଲେ ରାଜ୍ୟରେ କମିଥିବା ସଂକ୍ରମଣ ପୁଣି ଥରେ ବଢିବାର ସମ୍ଭାବନା ରହିଛି । ଏପରି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟର ସାମଗ୍ରୀକ ସ୍ଥିତିକୁ ଦେଖି ସମ୍ପୂର୍ଣ୍ଣ ଅନଲକ୍ ବିଷୟରେ ଚିନ୍ତା କରାଯିବ । କୋଭିଡ ଡେଥ ଅଡ଼ିଟ କିଛି ବାକି ଅଛି । ସମସ୍ତ ଡେଥ ରିପୋର୍ଟ ଅଡ଼ିଟ କରାଯିବା ପରେ ମୃତକଙ୍କ ସଂଖ୍ୟା ଦର୍ଶାଯିବ । କୋଭିଡରେ ଯେଉଁମାନେ ମୃତ୍ୟୁ ବରଣ କରୁଛନ୍ତି ସେମାନଙ୍କୁ ଡେଥ ସାର୍ଟିଫିକେଟ ଦିଆଯାଉଛି । ସେଥିରେ କିଛି ଅସୁବିଧା ନାହିଁ । କୋଭିଡ ଡେଥକୁ ସାର୍ଟିଫିକେଟରେ ଲେଖିବାର କୌଣସି ଆଧାରନାହିଁ । ସେହିପରି କରୋନା ସଂକ୍ରମଣ କିଛି ଜିଲ୍ଲାରେ ଅଧିକ ରହିଥିଲେ ବି ପୂର୍ବ ତୁଳନାରେ କମିଛି । ଯାହାକି ଏକ ଶୁଭ ସଙ୍କେତ । ତଥାପି ରାଜ୍ୟ ସରକାର ପକ୍ଷରୁ ଲଗାତର ଭାବେ ସର୍ଭେଲାନ୍ସ କରାଯାଉଛି ।

   Related Posts