Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଯଦି ନିର୍ବାଚନ ମଣ୍ତଳୀରୁ ଜିଲ୍ଲା ସଭାପତିମାନେ ପ୍ରାର୍ଥୀ ବଦଳାଇବା ପାଇଁ ସୁପାରିଶ କରିନ୍ତି ତେବେ ଏଆଇସିସି ସହିତ କଥା ହୋଇ ନିଷ୍ପତ୍ତି ନିଆଯିବ: ନିରଞ୍ଜନ

24/03/2019 at 6:32 PM

ଟିକେଟ ବଣ୍ଟନକୁ କେନ୍ଦ୍ର କରି କଂଗ୍ରେସ ଭବନରେ ହୋଇଥିବା ଭଙ୍ଗାରୁଜା ଘଟଣାକୁ ନେଇ ଆକ୍ସନ ମୋଡରେ କଂଗ୍ରେସ । ଥାନାରେ ଏତଲା ଦେବା ସହ ଅଭିଯୁକ୍ତଙ୍କ ବିରୋଧେରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛି।  ଅସନ୍ତୋଷ ଦୂର କରିବାକୁ  ନେତାଙ୍କ ସହ ଆଲୋଚନା ପ୍ରସ୍ତାବ ଦେଇଛନ୍ତି ପିସିସି ସଭାପତି । ଏଭଳି  ଟେନସନ ଭିତରେ  ପ୍ରଥମ ଓ ଦ୍ବିତୀୟ ପ୍ରର୍ଯ୍ୟାୟ ପ୍ରାର୍ଥୀଙ୍କୁ ଟିକେଟ ପ୍ରଦାନ କରିଛି ଦଳ ।  କଂଗ୍ରେସରେ ଯୋଗ ଦେଇଛନ୍ତି ଭିମସାର ପୂର୍ବତନ ନିର୍ଦେଶକ ଅଶ୍ବିନୀ ପୂଜାହାରୀ… 

ଆକ୍ସନ ମୋଡରେ କଂଗ୍ରେସ।  କଂଗ୍ରେସ ଭବନରେ ଭଙ୍ଗାରୁଜା ଘଟଣାକୁ ସହଜେ ଗ୍ରହଣ କରିନି ପିସିସି । କାର୍ଯ୍ୟାଳୟରେ ଭଙ୍ଗରୁଜା ଘଟଣାରେ ଥାନାରେ ଏତଲା ଦାଏର କରିଛି କଂଗ୍ରେସ ।  ଦୋଷୀଙ୍କ ବିରୋଧରେ ହେବ କଡା କାର୍ଯ୍ୟନୁଷ୍ଠାନ । କଂଗ୍ରେସ କର୍ମୀ ହୋଇଥିଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ୧୦ ନିର୍ବାଚନ ମଣ୍ତଳୀରେ ଟିକେଟ ବଣ୍ଟନରେ ଦେଖାଦେଇଥିବା ଅସନ୍ତୋଷକୁ ପ୍ରଶମିତ କରିବାକୁ ଅଙ୍କ କଷୁଛି କଂଗ୍ରେସ । ଯଦି ଏହି ନିର୍ବାଚନ ମଣ୍ତଳୀରୁ ଜିଲ୍ଲା ସଭାପତିମାନେ ପ୍ରାର୍ଥୀ ବଦଳାଇବା ପାଇଁ  ସୁପାରିଶ କରିନ୍ତି ତେବେ ଏଆଇସିସି ସହିତ କଥା ହୋଇ ନିଷ୍ପତ୍ତି ନିଆଯିବ । ନଚେତ ଟିକେଟକୁ ନେଇ ଅସନ୍ତୋଷ ଥିବା ନେତାଙ୍କୁ ଡକାଇ ଖୁବଶୀଘ୍ର ଆପୋଷ ବୁଝାମଣା କରାଯିବ ବୋଲି କହିଛନ୍ତି ପିସିସି ସଭାପତି।

ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀଙ୍କୁ ଦଳୀୟ ଟିକେଟ ପ୍ରଦାନ କରିଛି କଂଗ୍ରେସ । ଟିକେଟ ସହ ପ୍ରଚାର କରିବା ପାଇଁ ଦଳପକ୍ଷରୁ ସବୁ ପ୍ରାର୍ଥୀଙ୍କୁ ଗ୍ୟାରେଣ୍ଟି କାର୍ଡ ପ୍ରଦାନ କରାଯାଇଛି ।  ଟିକେଟ ଦେବା ପୂର୍ବରୁ ପ୍ରାର୍ଥୀମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ପିସିସି ସଭାପତି। ଏପଟେ କଂଗ୍ରେସ ମିଶିଛନ୍ତି ଭିମସାରର ପୂର୍ବତନ ନିର୍ଦେଶକ ଅଶ୍ବିନୀ ପୂଜାରୀ। ତାଙ୍କୁ କଂଗ୍ରେସ ସମ୍ବଲପୁର ଲୋକସଭା ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି। ଭିମସାରର ଉନ୍ନତି ତାଙ୍କ ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ଅଶ୍ବନୀ।

ଆସନ୍ତା କାଲି ଆଉ କିଛି ଟିକେଟ ଘୋଷଣା କରାଯିବ । ୨୭ କିମ୍ଭା ୨୮ ତାରିଖରେ ସିଇସି ବୈଠକ ବସିବ। ବାକିଥିବା​‌ ସମସ୍ତ ପ୍ରାର୍ଥୀ ତାଲିକା ଉପରେ ଚୂଡାନ୍ତ ନିଷ୍ପତି ନିଆଯିବ।

   Related Posts