ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ କା' ମନ୍ତ୍ରୀ ବୋଲି ଆକ୍ଷେପ କଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା, ଉଭୟେ ହେଲେ ମୁହାଁମୁହିଁ

Published By : Prameya-News7 Bureau | July 18, 2019 IST

ଭୁବନେଶ୍ବର ୧୮|୭: ଆଜି ବିଧାନସଭାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କା’ ବୋଲି ସମ୍ବୋଧନ କରି ପ୍ରଶ୍ନ ପଚାରିଥିଲେ । ଏହାକୁ ନେଇ ବିଧାନସଭା ପ୍ରଶ୍ନକାଳରେ ମୁହାଁମୁହିଁ ହୋଇଥିଲେ ବିଧାୟକ ଓ ମନ୍ତ୍ରୀ । ବଲାଙ୍ଗୀରରେ ଜଳ ସେଚନ ପ୍ରସଙ୍ଗକୁ ନେଇ ସାଲୁଜା ପ୍ରଶ୍ନ କରିବା ବେଳେ ଏଭଳି ସମ୍ବୋଧନ କରିଥିଲେ । ଅପରପକ୍ଷରେ ନିରଞ୍ଜନ ମଧ୍ୟ ଅନୁରୂପ ଭାବେ ସାଲୁଜାଙ୍କୁ ଜବାବ ଦେଇଥିଲେ । ସନ୍ତୋଷଙ୍କୁ ନିରଞ୍ଜନ ନିଜ ବଡି ଲାଙ୍ଗୁଏଜ୍ ଦେଖିବାକୁ ପରାମର୍ଶ ଦେଇଥିଲେ । ବିଧାନସଭା ଖେଳ ପଡିଆ ନୁହେଁ ବୋଲି ମଧ୍ୟ ଚେତାଇ ଦେଇଥିଲେ ନିରଞ୍ଜନ । ସାଲୁଜାଙ୍କ ତୀର୍ଯ୍ୟକ ପ୍ରଶ୍ନର ଉତ୍ତରରେ ନିରଞ୍ଜନ କହିଥିଲେ ଯେ, ‘ମୁଁ ଓଡିଆ ଛାତ୍ର, ଭଲ ଭାବେ ପାଠ ପଢିଛି ଏବଂ ବୁଝୁଛି ମଧ୍ୟ’ । ସନ୍ତୋଷ ସିଂ ସାଲୁଜାଙ୍କୁ ନିରଞ୍ଜନ କହିଥିଲେ ଯେ, ‘ଆପଣ ଜଣେ ବରିଷ୍ଠ ବିଧାୟକ, ଧୈର୍ଯ୍ୟ ଧରନ୍ତୁ ଏବଂ କୁଲ୍ ହୁଅନ୍ତୁ’ ।

ସୂଚନାଯୋଗ୍ୟ ଯେ, ଗତ ୩ଦିନ ହେଲା ବିଧାନସଭାରେ ଶାସକ ଦଳର ବିଧାୟକ ଓ ମନ୍ତ୍ରୀ ଅନୁପସ୍ଥିତ ରହୁଛନ୍ତି । ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ଠିଆ ହେଉଛନ୍ତି କେବଳ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ମନ୍ତ୍ରୀଙ୍କ ଅନୁପସ୍ଥିତି ନେଇ ଉଭୟ ବିଜେପି ଓ କଂଗ୍ରେସ ଗତ ଦୁଇ ଦିନ ହେଲା ବିଧାନସଭାରେ ହଟ୍ଟଗୋଳ କରିଆସୁଛନ୍ତି । ଶାସକ ଦଳର ମନ୍ତ୍ରୀ ଓ ବିଧାୟକମାନେ ପାଟକୁରା ନିର୍ବାଚନ ପ୍ରଚାରରେ ଯାଇଥିବାରୁ ଗୃହରେ ଅନୁପସ୍ଥିତ ରହୁଛନ୍ତି । ତେବେ ସେମାନଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ସେମାନେ ଅନୁପସ୍ଥିତ ରହୁଥିବା ଶାସକ ଦଳ ସଫେଇ ଦେବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.