ପିସିସି ସଭାପତି ରହିବେ ନିରଞ୍ଜନ ପଟ୍ଟନାୟକ

Published By : Prameya-News7 Bureau | November 10, 2019 IST

ନୂଆଦିଲ୍ଲୀ /ଭୁବନେଶ୍ୱର ୧୦।୧୧ -କଂଗ୍ରେସରେ ଏବେ ବଳ ସାଉଁଟିଲେ ନିରଞ୍ଜନଙ୍କ ଗୋଷ୍ଠୀ । ଆଜି କଂଗ୍ରେସ ଭବନ ବାହାରେ ଏକ ହୋଟେଲରେ ନିରଞ୍ଜନଙ୍କ ସପକ୍ଷବାଦୀ ନେତା ଓ କର୍ମୀମାନେ ଏକାଠି ହୋଇଛନ୍ତି । ଯେଉଁମାନେ ଦଳ ବିରେ।ଧୀ କାର୍ଯ୍ୟ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।  ସେପଟେ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ ବିରୋଧୀ ଗୋଷ୍ଠୀକୁ ସ୍ପଷ୍ଟ ଶୁଣାଇଦେଇଛନ୍ତି ଯେ ନିରଞ୍ଜନ ପିସିସି ସଭାପତି ଥିଲେ ଓ ରହିବେ ।

{"id":182123}

  ଏବେ କମର କଷିଛନ୍ତି ନିରାଞ୍ଜନଙ୍କ ଗେ।ଷ୍ଠୀ । କିଛିଦିନ ଧରି ନିରଞ୍ଜନ ହଟାଅ ମେଳିକୁ କାଉଣ୍ଟର କରିବାକୁ ଏକାଠି ହେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମର୍ଥକ । ଭୁବନେଶ୍ବରର ଏକ ହୋଟେଲରେ ବିଚାରବିମର୍ଶ କରିଛନ୍ତି । ବିରେ।ଧୀ କ୍ୟାମ୍ପ କୁ ଚେକ୍ ଦେବା ଲାଗି ହଲପ୍ ନେଇଛନ୍ତି  । ଯେଉଁମାନେ ପିସିସି ସଭାପତିଙ୍କୁ ପରିବର୍ତ୍ତନ କରିବାକୁ ଦାବି କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଏଆଇସିସି ନିକଟରେ ଦାବି କରିବେ ବେ।ଲି ଚେତାବନୀ ଦେଇଛନ୍ତି।

{"id":182124}

ନିରଞ୍ଜନଙ୍କୁ ପିସିସି ସଭାପତିରୁ ହଟାଇ ମହମ୍ମଦ ମୋକିମ୍ ଙ୍କୁ ସଭାପତି କରିବାକୁ ଯେଉଁମାନେ ତୁହାକୁ ତୁହା ବୈଠକ କରୁଥିଲେ ଏବେ ସେମାନଙ୍କୁ ଲାଗିଛି  ଝଟକା । ସେମାନେ ୧୦ ତାରିଖ ମାନେ ଆଜି ୧୦ ଜନପଥରେ ଫେରାଦ ହୋଇଥାନ୍ତେ । କିନ୍ତୁ ଦିଲ୍ଲୀରୁ ଆସିଗଲା ଚରମବଣୀ । ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ କହିଛନ୍ତି ଏବେ ନିରଞ୍ଜନ ପିସିସି ସଭାପତି ପଦରୁ ହଟିବାର ନାହିଁ । ଖାଲି ସେତିକି ନୁହେଁ ଯେଉଁମାନେ ତାଙ୍କୁ ହଟାଇବା ଲାଗି ସ୍ବର ଉଠାଉଛନ୍ତି ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।

{"id":182126}

ପ୍ରଭାରୀ ତାଙ୍କର ବାଣୀ ଶୁଣାଇବା ପରେ ବିରୋଧୀ ଗୋଷ୍ଠୀ ଆଉ ମୁହଁ ଖୋଲି ନାହାନ୍ତି ଏବଂ ସେମାନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ସେପର୍ଯ୍ୟନ୍ତ ଭାବିବାକୁ ପଡ଼ିବ ନିରଞ୍ଜନ ଭାରି ପଡ଼ିଲେ ବୋଲି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.