ପିସିସି ସଭାପତି ରହିବେ ନିରଞ୍ଜନ ପଟ୍ଟନାୟକ : ଜିତେନ୍ଦ୍ର ସିଂହ

Published By : Prameya-News7 Bureau | November 10, 2019 IST

ନୂଆଦିଲ୍ଲୀ ୧୦।୧୧: ବଦଳିବେ ନାହିଁ ପିସିସି ସଭାପତି । ନିରଂଜନ ପଟ୍ଟନାୟକ ହିଁ ବର୍ତ୍ତମାନ ପିସିସି ସଭାପତି ରହିବେ । ଏଭଳି ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ । ଯେଉଁମାନେ ପାର୍ଟି ନିୟମକୁ ଭାଙ୍ଗୁଛନ୍ତି ବା ମିଡିଆ ଆଗରେ ନିଜର ବକ୍ତବ୍ୟ ରଖୁଛନ୍ତି ସେମାନଙ୍କ ବିରୋଧରେ ଡିସିପ୍ଲିନାରୀ ଆକ୍ସନ ନିଆଯିବ। ଏଭଳି କାର୍ଯ୍ୟକଳାପକୁ ବରଦାସ୍ତ କରାଯିବ ନାହିଁ । କାହାର ଯଦି କିଛି ଅଭିଯୋଗ ରହିଛି ତେବେ ସେମାନେ ଏଆଇସିସି ଆସି ପାର୍ଟି ଅଧ୍ୟକ୍ଷ ଏବଂ ମୋ ସହିତ ଆଲୋଚନା କରି ନିଜର ମତ ରଖି ପାରିବେ ଏବଂ ଆଲୋଚନା କରିପାରିବେ ବୋଲି ଜିତେନ୍ଦ୍ର ସିଂହ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ତଳେ କଂଗ୍ରେସର ନିରଞ୍ଜନ ହଟାଅ ଗୋଷ୍ଠୀ ଏକାଠି ହୋଇଥିଲେ । ପିସିସିର ନବକଳେବର ଦାବିରେ କାହ୍ନୁ ଲେଙ୍କା ମଧ୍ୟ ସୋନିଆଙ୍କୁ ଭେଟିବାକୁ ରାଜି ହୋଇଥିଲେ । କଂଗ୍ରେସର ପୁରା ସ୍ଥିତି ଦେଖିଲେ ଲାଗୁଥିଲା ମହମ୍ମଦ ମୋକିମ୍‌ଙ୍କୁ ସଭାପତି କରିବା ଦାବିରେ ଗୋଟିଏ ଗୋଷ୍ଠୀ ଛିଡା ହୋଇଥିବା ବେଳେ ତାଙ୍କୁ ହେମାନନ୍ଦ ବିଶ୍ବାଳ ଏବଂ କାହ୍ନୁ ଲେଙ୍କାଙ୍କ ସମର୍ଥନ ମିଳିଥିଲା । ଅନ୍ୟ ପକ୍ଷରେ ନିରଞ୍ଜନ ସଭାପତି ପଦ ବଜାୟ ରଖନ୍ତୁ ବୋଲି ବିଧାୟକ ତାରା ବାହିନୀପତି ପ୍ରମୁଖ ଚାହୁଁଥିଲେ । ସେହିଭଳି ଶରତ ରାଉତ, ଜୟଦେବ ଜେନା ଭଳି ନେତା ପ୍ରଚ୍ଛଦପଟରେ ଥାଇ ଗୋଟି ଚଳାଉଥିଲେ । ତେବେ ଏସବୁ ଭିତରେ ଆଜି କଂଗ୍ରେସ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ ଏହା ସ୍ପଷ୍ଟ କରିଛନ୍ତି ଯେ, ନିରଞ୍ଜନ ପଟ୍ଟନାୟକ ହିଁ ପିସିସି ସଭାପତି ରହିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.