ପିସିସି ତଥା ଜିଲ୍ଲା ସ୍ତରୀୟ ସାଂଗଠନିକ ନିର୍ବାଚନ ନେଇ ନିରଞ୍ଜନ କହିଲେ ଏମିତି

Published By : Prameya-News7 Bureau | December 21, 2019 IST

ଭୁବନେଶ୍ବର ୨୧।୧: ପିସିସି ତଥା ଜିଲ୍ଲା ସ୍ତରୀୟ ସାଂଗଠନିକ ନିର୍ବାଚନ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି ଯେ, କଂଗ୍ରେସ ଜିଲ୍ଲା ସଭାପତି ଚୟନ ପ୍ରକ୍ରିୟା ସରିଛି । ଘୋଷଣା କାମ ଏଆଇସିସି ପାଖରେ ପଡିଛି । କେବଳ ସୋନିଆ ଗାନ୍ଧିଙ୍କ ଷ୍ଟାମ୍ପକୁ ଅପେକ୍ଷା ରହିଛି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

ଆସନ୍ତା ଜାନୁଆରୀ ମାସରେ ଏ ସମସ୍ତ ପଦ ପଦବୀ ପାଇଁ ନାଁ ଘୋଷଣା ହେବାର ସମ୍ଭାବନା ଅଛି ବୋଲି ନିରଞ୍ଜନ କହିଛନ୍ତି । ସେହିଭଳି ଚଳିତ ମାସ ୨୮ ତାରିଖରେ କଂଗ୍ରେସର ପ୍ରତିଷ୍ଠା ଦିବସ ଅବସରରେ ଭୁବନେଶ୍ବରରେ ଦଳ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ କରାଯିବ ବୋଲି କୁହାଯାଇଛି । ସେହିଦିନ ଦେଶର ରାଜନୈତିକ ଓ ଅର୍ଥନୈତିକ ସ୍ଥିତିକୁ ନେଇ ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଦେବ କଂଗ୍ରେସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.