କୃଷି ଋଣ ଛାଡ଼ ପାଇଁ ଦାବି କଲେ ନିରଂଜନ, କହିଲେ ନହେଲେ କଂଗ୍ରେସ କ୍ଷମତାକୁ ଆସିଲେ କରିବ
21/12/2018 at 12:50 PM

ଭୁବନେଶ୍ବର ୨୧|୧୨: ରାଜ୍ୟରେ କୃଷି ଋଣ ଛାଡ଼ କରିବାକୁ ଦାବି କଲା କଂଗ୍ରେସ । ଆଜି କ୍ୟାବିନେଟ ବୈଠକରେ କୃଷି ଋଣ ଛାଡ଼ ନିଷ୍ପତ୍ତି ନିଆଯାଉ ବୋଲି କଂଗ୍ରେସ କହିଛି । ଏ ନେଇ ନିଷ୍ପତ୍ତି ନନେଲେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି । କଂଗ୍ରେସ କ୍ଷମତାକୁ ଆସିଲେ କୃଷି ଋଣ ଛାଡ଼ ହେବ । କୃଷି ଋଣ ଛାଡ଼ କରିବା ସହ ଚାଷୀଙ୍କୁ ସୋଲାର ପମ୍ପ୍ ମଧ୍ୟ ଦେବ ବୋଲି କଂଗ୍ରେସ କହିଛି । ୫ ବର୍ଷ ପର୍ଯ୍ୟନ୍ତ ଚାଷୀଙ୍କୁ ନିୟମିତ ଆର୍ଥିକ ସହାୟତା ଦିଆଯିବ । ବିଜେଡି-ବିଜେପି ରାଜ୍ୟରେ କଳି, ଦିଲ୍ଲୀରେ ମେଳି କରୁଛନ୍ତି ବୋଲି ପ୍ରେସମିଟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।