Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଟିକେଟ ତାଲିକାରେ ନାଁ ପ୍ରକାଶ ପାଇନାହିଁ, କେମିତି ପ୍ରାର୍ଥୀପତ୍ର ଦାଖଲ କଲେ ନିରଞ୍ଜନ ?

3/04/2019 at 1:27 PM

ଭୁବନେଶ୍ୱର ୩/୪ : ଗତକାଲି କେନ୍ଦୁଝର ଜିଲ୍ଲାର ଘସିପୁରା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି | ବିଜେଡିର ବଦ୍ରି ନାରାୟଣ ପାତ୍ରଙ୍କ ସହ ତାଙ୍କର ଟକ୍କର ହେବ | ସୂଚନାଯୋଗ୍ୟ ଯେ, ଆନନ୍ଦପୁର ପଲିଟିକାଲ ମର୍ଡର ପରିପ୍ରେକ୍ଷୀରେ ଉଭୟ ନିରଞ୍ଜନ ପଟ୍ଟନାୟକ ଏବଂ ବଦ୍ରି ପାତ୍ରଙ୍କ ମଧ୍ୟରେ ବାଙ୍କ ବିତର୍କ ଚାଲିଥିବାବେଳେ “ନିରଞ୍ଜନ ଘସିପୁରାରୁ ନିର୍ବାଚନ ଲଢ଼ି ଦେଖନ୍ତୁ ବୋଲି ବଦ୍ରି ପାତ୍ର ଚ୍ୟାଲେଞ୍ଜ କରିଥିଲେ | ସେହି ଚ୍ୟାଲେଞ୍ଜକୁ ପିସିସି ସଭାପତି ଗ୍ରହଣ କରି ଘସିପୁରାରୁ ପ୍ରାର୍ଥୀ ହୋଇଛନ୍ତି | ପ୍ରାର୍ଥୀ ହେବାରେ କିଛି ଅସୁବିଧା ନାହିଁ | କିନ୍ତୁ ସମସ୍ତଙ୍କ ଭଳି ପ୍ରାର୍ଥୀ ତାଲିକାରେ ନାଁ ପ୍ରକାଶ ପାଇବା ପରେ ପ୍ରାର୍ଥୀ ହୋଇଥିଲେ |

ଦଳ ସମସ୍ତଙ୍କ ପାଇଁ ସମାନ ବୋଲି ବାର୍ତ୍ତା ଯାଇଥାନ୍ତା | ପ୍ରାର୍ଥୀ ତାଲିକାରେ ନାଁ ପ୍ରକାଶ ପାଇନାହିଁ, ସେ କେମିତି ଘସିପୁରାରୁ ପ୍ରାର୍ଥୀ ହେଲେ ବୋଲି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ନିରଞ୍ଜନ କହିଛନ୍ତି ଯେ, ସେ ଏଥିପାଇଁ ଦଳଠାରୁ ଅନୁମତି ନେଇଛନ୍ତି | କେବଳ ଘସିପୁରା ନୁହେଁ ନିରଞ୍ଜନ ଏଥର ୨ଟି ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବ ପାଇଁ ଚାହୁଁଥିଲେ | ସେଥିପାଇଁ ସେ ଘସିପୁରା ଏବଂ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ବିଧାନସଭା ଆସନକୁ ବାଛିଛନ୍ତି | ଗତକାଲି ଘସିପୁରାରୁ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ୮ ତାରିଖ ଦିନ ସେ ଭଣ୍ଡାରିପୋଖରୀରୁ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି କହିଛନ୍ତି | ପିସିସି ସଭାପତି ଦୁଇ ଦୁଇଟି ଆସନରୁ ଲଢ଼ିବା ପଛର କାରଣ କଣ ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି | ପରାଜୟର ଭୟ ନା ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିଲେ ବୋଲି ସେ ମଧ୍ୟ ଏହା କରିବାକୁ ଚାହିଁଛନ୍ତି କି ?


ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବ୍ଜୟୋତି ପଟ୍ଟନାୟକ ବାଲେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି | ଏପଟେ ତାଙ୍କ ଭାଇ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଶଳା ତଥା ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ବୀ ବଲ୍ଲଭ ପଟ୍ଟନାୟକଙ୍କୁ ମଧ୍ୟ କଂଗ୍ରେସ ଟିକେଟ ଦେଇଛି | ଅବଶ୍ୟ ପୃଥ୍ବୀ ପଟ୍ଟନାୟକ ନିର୍ବାଚନ ଲଢ଼ିବା ପାଇଁ ଚାହୁଁ ନାହାନ୍ତି ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ |
ନିଜେ ଓ ନିଜ ପରିବାରର ଅଧିକ ଲୋକଙ୍କୁ ଟିକେଟ ଦେଲେ କର୍ମୀ ମହଲରେ ଅସନ୍ତୋଷ ସୃଷ୍ଟି ହୋଇପାରେ ବୋଲି ପୃଥ୍ବୀ ପଟ୍ଟନାୟକଙ୍କୁ ନିର୍ବାଚନରୁ ଓହରିବା ପାଇଁ ଚାପ ପଡିଥିବା ଆଲୋଚନା ହେଉଛି |

   Related Posts