କଂଗ୍ରେସର ନିରଞ୍ଜନ ହଟାଅ ଅଭିଯାନ ଜୋର ଧରିଲା, ତାରା କହିଲେ ମାଗିବିନି, ମିଳିଲେ ଛାଡିବିନି, ସୁର କହିଲେ, ନେକ୍ସଟ ପ୍ଲିଜ୍…

Published By : Prameya-News7 Bureau | October 31, 2019 IST

ଭୁବନେଶ୍ବର୩୧|୧୦କଂଗ୍ରେସରେ ଘମାସାନ । ପିସିସି ସଭାପତିଙ୍କୁ ଗାଦିଚ୍ୟୁତ କରିବାକୁ ଆରମ୍ଭ ହୋଇଛି ବରିଷ୍ଠ ଓ ଯୁବନେତାଙ୍କ ମହାମେଳି । ନିରଞ୍ଜନଙ୍କୁ ନେଇ କଂଗ୍ରେସ ନେତା ବୟାନ, ପିସିସି ସଭାପତି ପଦ ଛାଡ଼ିବା ନେଇ ନିରଞ୍ଜନଙ୍କ ବୟାନ ଏକ ଛଳନା । ଯଦି ରାଜ୍ୟରେ କଂଗ୍ରେସକୁ ସକ୍ରିୟ କରିବାକୁ ନିରଞ୍ଜନ ସତରେ ଚାହୁଁଛନ୍ତି  ହାଇକମାଣ୍ଡକୁ କହି ଦଳ ଛାଡ଼ନ୍ତୁ, ବୟାନବାଜି କରି  ଦଳକୁ ନିନ୍ଦିତ କରନ୍ତୁ ନାହିଁ ବୋଲି ସେ କହିଛନ୍ତି।   

ତମ ପାଳି ସରିଲା ନେକ୍ସଟ ପ୍ଲିଜ୍‌। କଂଗ୍ରେସରେ କାଲିଠାରୁ ଏହି ଆୱାଜ ଉଠୁଛି ପଡୁଛି । ଗତ ସାଧାରଣ ନିର୍ବାଚନ ସହ ପାଟକୁରା  ଓ ବିଜେପୁର ଉପନିର୍ବାଚନରେ ଦଳର ଲଜ୍ଜାଜନକ ପରାଜୟ ପରେ ନିରଞ୍ଜନଙ୍କ ମୁଣ୍ଡରେ ନଡିଆ ବାଡେଇବାକୁ ଦଳୀୟ ନେତାଏ ବାନ୍ଧିଛନ୍ତି ମେଳି ।  ଦଳର ଗୋଟିଏ ଅସନ୍ତୁଷ୍ଟ ଗୋଷ୍ଠୀଙ୍କ ମତ, ନିରଞ୍ଜନ ହିଁ ବୁଡାଇ ଦେଲେ । ଗତ କାଲି ଭୁବନେଶ୍ବରରେ ବସିଥିବା ନିରଞ୍ଜନ ହଟାଅ ମେଳିପରେ ଆଜି ବୟାନବାଜି ଆହୁରି ଶାଣିତ ହୋଇଛି । ସିଧା କଂଗ୍ରେସ ନେତାଏ କହିଛନ୍ତି ନିରଞ୍ଜନ ତୁରନ୍ତ ଗାଦି ଛାଡନ୍ତୁ । ଛଳନା ନକରି ସୋନିଆ ଗାନ୍ଧିଙ୍କୁ ଭେଟି କିମ୍ବା ଏହିଠାରୁ ଇସ୍ତଫାପତ୍ର ଦିଅନ୍ତୁ । କାଲି ବୈଠକରେ ନଥିବା ନେତାବି ଆଜି ମୁହଁ ଖୋଲିଛନ୍ତି ।

ଦଳ ଭିତରେ ଚର୍ଚା, ନିରଞ୍ଜନ ବିରୋଧୀ ମେଳିର ନେତୃତ୍ବ ନେଉଛନ୍ତୁ ମୋକିମ୍ । ସାମ୍ନାକୁ ଆସିଛନ୍ତି ବାପି ସର୍ଖେଲ । ହେଲେ ମୋକିମ୍ ମୁହଁ ଖୋଲୁନାହାଁନ୍ତି । ଗଣ ମାଧ୍ୟମ ଆଗରେ ଚୁପ୍ ରହୁଛନ୍ତି । ଆଜି ଭୁବନେଶ୍ବରର ଏକ କାର୍ଯ୍ୟକ୍ରମରେ ବି ନିରଞ୍ଜନଙ୍କ ସହ ଏକାଠି ବସି ଶୃଙ୍ଖଳିତ କର୍ମିଭାବେ ଚୁର୍ ଚାପ୍ ବସିଛନ୍ତି । ବାପି ସର୍ଖେଲ କିନ୍ତୁ ଦାବି କରିଛନ୍ତି, ରାଜ୍ୟ କଂଗ୍ରେସର ନବକଳେବର ହେବା ଉଚିତ ।

ସେପଟେ ସ୍ମିତାରାଣୀ ମୃତ୍ୟୁ ମାମଲାରେ କଂଗ୍ରେସ ନେତାଏ ଏକାଠି ବସିଥିଲେ ଏବଂ ରାଜ୍ୟ ସରକାରଙ୍କ ଆଗରେ ନିଜର ଦମ ଦେଖାଇଥିଲେ।  ତେଣୁ କଂଗ୍ରେସ ଦ୍ବନ୍ଦ୍ବରେ ପଡ଼ିଯାଇଛି ଏମିତି କିଛି ସନ୍ଦେଶ ସନ୍ଦେହକୁ ଦୃଢ଼ୀଭୂତ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.