ଆଜି ପୁଣି ଏକାଠି ହେବେ କଂଗ୍ରେସର ନିରଞ୍ଜନ ହଟାଅ ଗୋଷ୍ଠୀ ! ନିରଞ୍ଜନ କହିଲେ ଏଆଇସିସି ଯାଇ ସ୍ଥିତି ଜଣାଇବେ

Published By : Prameya-News7 Bureau | November 06, 2019 IST

ଭୁବନେଶ୍ବର ୬।୧୧: କଂଗ୍ରେସ ନିରଞ୍ଜନ ହଟାଅ ଗୋଷ୍ଠୀ ଆଜି ପୁଣି ଏକାଠି ହେବେ । ବରିଷ୍ଠ ନେତା କାହ୍ନୁ ଲେଙ୍କାଙ୍କ ବାସଭବନରେ ଏକାଠି ହେବେ ବୋଲି ଜଣାପଡିଛି । ୧୦ ତାରିଖରେ ସୋନିଆ ଗାନ୍ଧୀଙ୍କୁ ଭେଟିବାକୁ ହେମାନନ୍ଦ ବିଶ୍ବାଳ ସମ୍ମତି ଦେଇଥିବା ବେଳେ ଏବେ କାହ୍ନୁ ଲେଙ୍କାଙ୍କୁ ସାଥିରେ ନେବାକୁ ପ୍ରୟାସ କରାଯାଉଛି । ଯାହା ସୂଚନା ରହିଛି,  ପିସିସିର ନବକଳେବର ଦାବିରେ କାହ୍ନୁ ମଧ୍ୟ ସୋନିଆଙ୍କୁ ଭେଟିବାକୁ ରାଜି ହୋଇଛନ୍ତି । କଂଗ୍ରେସର ପୁରା ସ୍ଥିତି ଦେଖିଲେ ଲାଗୁଛି ବିଧାୟକ ମହମ୍ମଦ ମୋକିମଙ୍କୁ ସଭାପତି କରିବା ଦାବିରେ ଗୋଟିଏ ଗୋଷ୍ଠୀ ଛିଡା ହୋଇଛି । ଅସନ୍ତୁଷ୍ଟ ଗୋଷ୍ଠୀଙ୍କ ସହ ହେମାନନ୍ଦ ଏବଂ କାହ୍ନୁ ଲେଙ୍କାଙ୍କ ସମର୍ଥନ ମିଳିଥିବା ଚର୍ଚ୍ଚ ହେଉଛି । ଅନ୍ୟ ପକ୍ଷରେ ନିରଞ୍ଜନ ସଭାପତି ପଦ ବଜାୟ ରଖନ୍ତୁ ବୋଲି ବିଧାୟକ ତାରା ବାହିନୀ ପ୍ରମୁଖ ଚାହୁଁଛନ୍ତି ।

ଓଡିଶାରେ ନିରଞ୍ଜନ ହଟାଅ ଅଭିଯାନ ଜୋର ଧରିଥିବା ବେଳେ ଦିଲ୍ଲୀ ଯାଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ତାଙ୍କୁ ହଟାଇବା ନେଇ ଚାଲିଥିବା ରଣନୀତି ସମ୍ପର୍କରେ ନ୍ୟୁଜ୍ ୭କୁ ପ୍ରତିକ୍ରିୟା ଦେଇ ନିରଞ୍ଜନ କହିଛନ୍ତି କିଛି ଅସନ୍ତୁଷ୍ଟ ଯୁବଗୋଷ୍ଠୀ ଆଗକୁ ଆସିବାକୁ ଚାହୁଁଛନ୍ତି । ସେଥିପାଇଁ ସେମାନେ ମୋ ବିରୋଧରେ କହୁଛନ୍ତି। ତେବେ ବ୍ୟକ୍ତିଗତ କାମରେ ମୁଁ ଦିଲ୍ଲୀ ଆସିଛି । ସମୟ ମିଳିଲେ ଏଆଇସିସି ଯାଇ ସ୍ଥିତି ଅବଗତ କରାଇବି ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.