ଗରିବଙ୍କ ପାଇଁ ନିରାମୟ ଯୋଜନା ବାଟବଣା, ରାସ୍ତାରେ ପଡ଼ିଛି କୁଢ଼ କୁଢ଼ ସରକାରୀ ଔଷଧ

Published By : Prameya-News7 Bureau | October 12, 2021 IST

ଝାରସୁଗୁଡ଼ା, ୧୨/୧୦: ଅନେକ ସମୟରେ ରୋଗୀଙ୍କୁ ସରକାରୀ ଡାକ୍ତରଖାନାରେ ଔଷଧ ମିଳୁ ନଥିବା ଅଭିଯୋଗ ଆସୁଥିଲା ବେଳେ ଝାରସୁଗୁଡାରେ ବସ୍ତା ବସ୍ତା ଔଷଧ ଫୋପାଡ଼ି ଦିଆଯାଇଥିବା ସହ ସେଗୁଡ଼ିକ ପୋଡି ନଷ୍ଟ କରି ଦିଆଯାଇଛି। ଝାରସୁଗୁଡା କୋଲାବିରା ରାସ୍ତାର ପୁର୍ଣ୍ଣା ନିକଟସ୍ଥ ଏକ ଅପନ୍ତରିଆ ସ୍ଥାନରେ ଲକ୍ଷାଧିକ ଟଙ୍କାର ଔଷଧ ନଷ୍ଟ ହୋଇ ଫୋପାଡ଼ି ଦିଆଯାଇଛି।

ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବହୁ ଦୂରରେ ଏହି ଔଷଧ ଫିଙ୍ଗି ଦିଆଯାଇଥିବା ବେଳେ ଏହା କେଉଁ ପରିସ୍ଥିତିରେ ଏଠାରେ ପଡିଲା ତାହା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜଣା ନଥିବା କହିଛନ୍ତି।। ରାସ୍ତାରେ ପଡିଥିବା ଔଷଧ ଗୁଡିକ ନିରାମୟ ଯୋଜନାରେ ରୋଗୀଙ୍କ ପାଇଁ ଆସିଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.