ପାଣିରେ ନୀରଜଙ୍କ ଜାଭେଲିନ୍ ଥ୍ରୋ ! ଦେଖନ୍ତୁ ଭିଡିଓ

Published By : Prameya-News7 Bureau | October 02, 2021 IST

ନୂଆଦିଲ୍ଲୀ, ୦୨/୧୦:   ଟୋକିଓ ଅଲିମ୍ପିକ୍ସରେ ଜାଭେଲିନ୍ ଥ୍ରୋରେ ସୂର୍ଣ୍ଣ ଜିତିଥିବା ନୀରଜ ଚୋପ୍ରା ପୁଣି ଚର୍ଚ୍ଚାରେ । ସେ ଏବେ ମାଳଦ୍ୱୀପରେ ଛୁଟି କଟାଉଛନ୍ତି । ସୁନା ପୁଅ ନୀରଜ ବିଶ୍ୱର ସବୁଠାରୁ ସୁନ୍ଦର ସମୁଦ୍ର କୂଳରେ ଛୁଟିର ମଜା ଉଠାଉଛନ୍ତି । କିନ୍ତୁ ସଦାବେଳେ ଖେଳ ଓ ପ୍ରାକ୍ଟିସ୍ ବାବଦରେ ଭାବୁଥିବା ସୁନା ପୁଅ ପାଣି ଭିତରେ ଜାଭେଲିନ୍ ଥ୍ରୋ ଅଭ୍ୟାସ କରିଛନ୍ତି ।

ନୀରଜ ନିଜେ ଏକ ଭିଡିଓ ସେୟାର କରିଛନ୍ତି । ୨୩ ବର୍ଷୀୟ ଏହି ଖେଳାଳି ଏବେ ଫୁରବେରୀ ରିସୋର୍ଟରେ ରହୁଛନ୍ତି । ଏଠାରେ ସେ ସ୍କୁବା ଡାଇଭିଂ ବେଳେ ଜାଭେଲିନ୍ ଥ୍ରୋ କରିବାର ନକଲ କରିଛନ୍ତି । ଯାହାର ଭିଡିଓ ସେ ଶୁକ୍ରବାର ଇନଷ୍ଟାଗ୍ରାମରେ ସେୟାର କରିଥିଲେ ।

wp:html
/wp:html

ଭିଡିଓ କ୍ୟାପ୍ସନରେ ସେ ଲେଖିଛନ୍ତି ଯେ, ସେ ମାଟି, ଆକାଶ ଓ ପାଣିରେ ସର୍ବଦା  ଜାଭେଲିନ୍ କଥା ଚିନ୍ତା କରନ୍ତି । ଏହାସହ ଟ୍ରେନିଂ ଆରମ୍ଭ ହୋଇଯାଇଥିବା ସେ ଉଲ୍ଲେଖ କରିଛନ୍ତି ।

ନୀରଜ ଚୋପ୍ରା ନିଜର ବ୍ୟସ୍ତ କାର୍ଯ୍ୟସୂଚୀ ଓ ଅସୁସ୍ଥତା ପାଇଁ  ଚଳିତ ସିଜିନ ଅଧାରୁ ଓହରି ଆସିଥିଲେ । ସେ ଭାରତର ଅଲିମ୍ପିକ୍ସ ଇତିହାସରେ ସୁନା ଜିତିଥିବା ଦ୍ୱିତୀୟ ଭାରତୀୟ ଅଟନ୍ତି । ସେ ଟୋକିଓ ଅଲିମ୍ପିକ୍ସରେ ସୁନା ପଦକ ହାସଲ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.