ବାଇଡେନ ପ୍ରଶାସନରେ ନୀରା ଟଣ୍ଡନ ଓ ବିବେକ ମୂର୍ତ୍ତିଙ୍କ ନିଯୁକ୍ତି ଲାଗି ଟଳୁନି ସଂକଟ, ପଥ ଓଗାଳୁଛି ବିରୋଧ

Published By : Prameya-News7 Bureau | February 23, 2021 IST

ୱାସିଂଟନ : ଆମେରିକା  ଡେମୋକ୍ରାଟିକ ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ପଦପଦବୀ ଲାଗି ୨୦ ଜଣ ମୂଳ ଭାରତୀୟଙ୍କୁ ମନୋନୀତ କରାଯାଇଛି। ତେବେ ମନୋନୀତ ଭାରତୀୟ ଆମେରିକାଙ୍କ ମଧ୍ୟରେ ନୀରା ଟଣ୍ଡନ ଓ ବିବେକ ମୂର୍ତ୍ତିଙ୍କ ନିଯୁକ୍ତି ଉପରେ ସଂକଟ ଘନେଇଛି। ଟଣ୍ଡନ ହ୍ୱାଇଟ୍ ହାଉସ୍ ପ୍ରବନ୍ଧନ ସାଙ୍ଗକୁ ବଜେଟ୍‌ କାର୍ଯ୍ୟାଳୟ ଦାୟିତ୍ୱରେ ରହିବେ। ସେହିପରି ବିବେକ ମୂର୍ତ୍ତି ସର୍ଜନ ଜେନେରାଲ ନିଯୁକ୍ତ ହେବେ।

ତେବେ ଗତ ରାଷ୍ଟ୍ରପତି ନିର୍ବାଚନ କାଳରେ ଉଭୟ ପ୍ରାର୍ଥୀ ରିପବ୍ଲିକାନ ରାଷ୍ଟ୍ରପତିଙ୍କୁ ତୀବ୍ର ବିରୋଧ କରିଥିଲେ। ନିର୍ବାଚନ ପରପ୍ରେକ୍ଷୀରେ ସେମାନଙ୍କ ମତ ଓ ମନ୍ତବ୍ୟ ଏବେ ସେମାନଙ୍କ ଲାଗି ଭାରି ପଡୁଛି। ଆମେରିକା ସିନେଟ୍‌ ବହୁମତରେ ଏମାନଙ୍କ ନିଯୁକ୍ତି ଚୂଡ଼ାନ୍ତ ହେବ। ତେବେ ସିନେଟ୍‌ରେ ରିପବ୍ଲିକାନ ପାର୍ଟିର ଯେତିକି ସିନେଟର ଅଛନ୍ତି ଡେମୋକ୍ରାଟଙ୍କର ମଧ୍ୟ ସେତିକି ସିନେଟର ଅଛନ୍ତି। ଏଥିରେ ଜଣେ ବି ସିନେଟରଙ୍କ ନିଷ୍ପତ୍ତ ଏପଟସେପଟ ହେବାର ଅର୍ଥ ଏମାନଙ୍କ ନିଯୁକ୍ତି ରଦ୍ଦ ହେବା ନିଶ୍ଚିତ।

ମିଡିଆ ରିପୋର୍ଟ ଅନୁସାରେ ଡା. ମୂର୍ତ୍ତ କରୋନା ସକ୍ରମଣ ସଂକ୍ରାନ୍ତୀୟ ପରାମର୍ଶ ଓ ଭାଷଣରୁ ୨୦ ଲକ୍ଷ ଡଲାର ଆୟ କରିଛନ୍ତି। ଯାହା ଏବେ ତାଙ୍କ ନିଯୁକ୍ତି ରାସ୍ତାରେ ପ୍ରତିବନ୍ଧକ ପାଲଟିଛି। ଟଣ୍ଡନ ରାଷ୍ଟ୍ରପତି ବିଲକ୍ଲିଣ୍ଟନଙ୍କ କାର୍ଯ୍ୟକାଳରେ ସିନେଟ୍‌ ସଦସ୍ୟ ଥିଲେ। ସେହିପରି ରାଷ୍ଟ୍ରପତି ବାରାକ ଓବାମାଙ୍କ କାର୍ଯ୍ୟକାଳରେ ମଧ୍ୟ ଏକ ଏଜେନ୍ସୀ ଦାୟିତ୍ୱ ତୁଲାଇଛନ୍ତି। ଏହା ଛଡା ସେ ହିଲାରୀ କ୍ଲିଣ୍ଟନଙ୍କ ସହାୟିକା ଭାବେ ମଧ୍ୟ କାମ କରିସାରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.