ମହାରାଷ୍ଟ୍ର ମହାବଳେଶ୍ୱରରେ ନିପାହ ଭାଇରସ, ଦାବି କଲେ NIV ବୈଜ୍ଞାନିକ

Published By : Prameya-News7 Bureau | June 23, 2021 IST

ମହାରାଷ୍ଟ୍ର ୨୩/୬ : ମହାରାଷ୍ଟ୍ରରେ ଚିନ୍ତା ବଢାଉଛି ଭାଇରସର କୋପ । କରୋନା ପରେ ଏବେ ନିପାହ ଭାଇରସ ଆତଙ୍କ ଖେଳାଇବା ଆରମ୍ଭ କରିଛି । ଏଠାରେ କରୋନାର ପ୍ରକୋପ ଥମିନଥିବାବେଳେ ଆରମ୍ଭ ହୋଇଛି ନିପାହର ବିପଦ । ମହାବଳେଶ୍ୱର ଗୁମ୍ଫାରୁ ଚିହ୍ନଟ ହୋଇଛି ଏହି ଭାଇରସ । ମହାରାଷ୍ଟ୍ରର ମିନି କାଶ୍ମୀର କୁହାଯାଉଥିବା ମହାବଳେଶ୍ୱର ଜଙ୍ଗଲରେ ଥିବା ଗୁମ୍ଫାରେ ରହୁଥିବା ବାଦୁଡିଙ୍କଠାରୁ ଏହି ନିପାହ ଭାଇରସ ଥିବା ଜଣାପଡିଛି ।

wp:gallery {"ids":[469905],"linkTo":"none"} /wp:gallery

ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି । ତେବେ ଏନେଇ ଜିଲ୍ଲା ପ୍ରଶାସନ ତରଫରୁ କିଛି ସୂଚନା ଦିଆଯାଇନି । ମାର୍ଚ୍ଚ ୨୦୨୦ରେ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି(NIV) ର ବୈଜ୍ଞାନିମାନେ ବାଦୁଡିଙ୍କ ସ୍ୱାବ ନମୂନା ସଂଗ୍ରହ କରିଥିଲେ। ଆଉ ସେହି ସାମ୍ପୁଲର ପରୀକ୍ଷଣ ପରେ ଏନେଇ ସ୍ପଷ୍ଟ କରାଯଇଥିଲା । ବୈଜ୍ଞାନିକଙ୍କ ଏହି ଟିମର ନେତୃତ୍ୱ ନେଇଥିଲେ ଡଃ ପ୍ରଜ୍ଞା ଯାଦବ ।

wp:gallery {"ids":[469906],"linkTo":"none"} /wp:gallery

ତାଙ୍କ ମତରେ ଏହା ପୂର୍ବରୁ କୌଣସି ବାଦୁଡିଙ୍କଠାରେ ଏପରି ଭାଇରସ ଚିହ୍ନଟ ହୋଇନଥିଲା । ତେବେ ଯଦି ଏହା ମଣିଷ ଶରୀରରେ ବ୍ୟାପେ ତେହେଲେ ପ୍ରାଣଘାତୀ ସାଜିପାରେ । ନିପାହ ଭାଇରସର ଏନପର୍ଯ୍ୟନ୍ତ କୌଣସି ଚିକିତ୍ସା ବା ଔଷଧ ନାହିଁ । ଫଳରେ ମୃତ୍ୟୁ ସଂଖ୍ୟା ୧୦୦ ରୁ ୬୫ ପ୍ରତିଶତ ବଢିବାର ଆଶଙ୍କା କରାଯାଇଛି । ନିପାହ ଭାଇରସ ମହାବଳେଶ୍ୱରରେ ଚିହ୍ନଟ ହେବା ପରେ ଏଠାରେ ଆତଙ୍କ ଖେଳିଯାଇଛି । କାରଣ ଏହା ଏକ ପର୍ଯ୍ୟଟନ ସ୍ଥଳ ।

wp:gallery {"ids":[469907],"linkTo":"none"} /wp:gallery

ତେବେ ଜିଲ୍ଲା ପ୍ରାଶସନ ତରଫରୁ ଏନେଇ କୌଣସି ସତର୍କ କରାଯାଇନି । ଏବେ ପ୍ରଶ୍ନ ଉଠୁଛି ଯଦି ବାଦୁଡିଙ୍କ ସ୍ୱାବ ନମୂନାରେ ଭାଇରସ ଚିହ୍ନଟ ହୋଇଛି । ତେବେ ବର୍ଷେ ହେବ ଏହାକୁ ଲୁଚାଇ ରଖାଯାଇଥିଲା କାହିଁକି । ଯାହାକି ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । କଣ ପାଇଁ ଏହାକୁ ଏହାକୁ ସାର୍ବଜନୀନ କରାଯାଇନି ତାକୁ ନେଇ ଏବେ ଅନେକ ଦ୍ୱନ୍ଦ୍ୱ ସୃଷି ହୋଇଛି ।

wp:gallery {"ids":[469908],"linkTo":"none"} /wp:gallery

ସତାରା ଜିଲ୍ଲା ବନବିଭାଗକୁ ପଚରାଯିବାରେ ସେମାନେ କହିଛନ୍ତି ଯେ, ଏ ସଂପର୍କରେ ଆମକୁ କୌଣସି ସୂଚନା ଦିଆଯାଇଛି । ଆମେ ଏ ସଂପର୍କରେ ଅଜ୍ଞ ଅଛୁ । ତେବେ ଜଣେ ବିଶେଷଜ୍ଞ କହିଛନ୍ତି ଯେ, ଏଥିପାଇଁ କିଛି ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ । କାରଣ ଏହି ନିପାହ ଭାଇରସ ସାଧାରଣତଃ ଇଣ୍ଡୋନେସିଆ ଏବଂ ଉତ୍ତର ପୂର୍ବରେ ଦେଖାଯାଆନ୍ତି । ଯଦି NIV ବୈଜ୍ଞାନିକ ମାନେ ଏନେଇ କୌଣସି ରିପୋର୍ଟ ଜାରି କରିଛନ୍ତି ।

wp:gallery {"ids":[469909],"linkTo":"none"} /wp:gallery

ସେସବୁକୁ ତର୍ଜମା କରିବା ପରେ ସବୁ କଛି ସ୍ପଷ୍ଟ ହେବ । ଏବେ ସେନେଇ କିଛି କହିବା ଉଚିତ୍ ହେବନି । ତେବେ ସେ କହିଛନ୍ତି ଯଦି ବାଦୁଡିଙ୍କଠାରେ ଏହି ଭାଇରସ ଅଛି, ତାହେଲେ ବାଦୁଡି ଖାଇ ଫୋପାଡୁଥିବା ଫଳ କିମ୍ୱା ଅନ୍ୟ କୌଣସି ଜିନିଷ ମଣିଷମାନେ ଖାଇବା ଅନୁଚିତ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.