Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ନିପା ଭୂତାଣୁ ସଂକ୍ରମଣରେ ବାଳକର ମୃତ୍ୟୁ, ସଂସ୍ପର୍ଶରେ ଆସିଥିବା ୧୧ ଜଣଙ୍କ ଠାରେ ଦେଖାଦେଲା ଲକ୍ଷଣ

6/09/2021 at 9:55 PM

ଥିରୁଅନନ୍ତପୁରମ୍‌ ୬/୦୯: କେରଳରେ ନିପା ଭାଇରସ୍‌ ତାଣ୍ଡବ ଦେଖିବାକୁ ମିଳିଛି। ନିପା ସଂକ୍ରମଣରେ ମୃତ୍ୟୁବରଣ କରିଥିବା ୧୨ ବର୍ଷୀୟ ବାଳକଙ୍କ ସଂସ୍ପର୍ଶରେ ଆସିଥିବା ୧୧ ଜଣଙ୍କ ଠାରେ ଲକ୍ଷଣ ଦେଖାଯାଇଛି।  ଯଦିଓ ସ୍ଥିତି ଏବେ ନିୟନ୍ତ୍ରଣାଧୀନ ଅଛି କିନ୍ତୁ ସରକାରଙ୍କ ଚିନ୍ତା ଦୁଇଗୁଣିତ ହୋଇଛି।

ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି, ଆଜି ରାତି ୮ ଟା ପର୍ଯ୍ୟନ୍ତ ୮ ଜଣଙ୍କ ସାମ୍ପଲ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ୩ ଜଣଙ୍କ ସାମ୍ପଲ ପରୀକ୍ଷା କୋଝିକୋଡ୍‌ ମେଡିକାଲ କଲେଜ୍‌ରେ ହୋଇପାରେ। ରାଜ୍ୟରେ ଏବେ ସୁଦ୍ଧା ୨୫୧ ଜଣଙ୍କ ଲିଷ୍ଟ ତିଆରି କରାଯାଇଛି।

ଏଥିରେ ୧୨୫ ସ୍ବାସ୍ଥ୍ୟ କର୍ମୀଙ୍କ ନାଁ ସାମିଲ ରହିଛି। ଏହା ବ୍ୟତୀତ ୫୪ ଲୋକ ହାଇ ରିସ୍କ କ୍ୟାଟେଗୋରିରେ ରହିଛନ୍ତି। ଏହି ୫୪ରୁ ୩୦ ଜଣ ସ୍ବାସ୍ଥ୍ୟକର୍ମୀ। ବର୍ତ୍ତମାନ ସମୟରେ ବିଭିନ୍ନ ହସ୍ପିଟାଲରେ ୩୮ ଜଣଙ୍କୁ ଆଇସୋଲେଟ୍‌ କରାଯାଇଛି ।

   Related Posts