Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||
  • ସୋର : ରୂପା ରାଧାକୃଷ୍ଣ ମୂର୍ତ୍ତି ନେଇଗଲେ ଚୋର, ସୁନା-ରୂପା ଅଳଙ୍କାର ବି ଲୁଟ୍
  • ||
  • କଟକ : କୁମ୍ଭମେଳା ଫେରନ୍ତା ୧୩ଜଣ କରୋନା ପଜିଟିଭ୍, ରେଳ ଯାତ୍ରୀଙ୍କ ରିପୋର୍ଟ ଯାଞ୍ଚ କଡାକଡି
  • ||
  • ଆଠମଲ୍ଲିକ : ଜଳ ପ୍ରକଳ୍ପ ସ୍ଥାନାନ୍ତର ପ୍ରତିବାଦ, ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ
  • ||
  • ପୁରୀ : ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||
  • ମାଲକାନଗିରି : ପୋଲିସ-ନକ୍ସଲ ଗୁଳିବିନମୟ : ଜଣେ ନିହତ, ମୁଣ୍ଡ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର
  • ||
  • ତେଲକୋଇ : ମହୁଲ ବୋଝେଇ ମିନିଟ୍ରକ୍ ଜବତ, ଜଣେ ଅଟକ
  • ||
  • ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||

ମଦ୍ରାସାରେ ପଢାଯିବ ଗୀତା, ଯୋଗ ଓ ରାମାୟଣ : ପାଠ୍ୟକ୍ରମରେ ସାମିଲ କଲା ଏନଆଇଓଏସ

3/03/2021 at 9:32 AM

ନୂଆଦିଲ୍ଲୀ,୦୩/ ୦୩:   ଶିକ୍ଷା ମନ୍ତ୍ରାଳୟ ଅଧିନରେ ଆସୁଥିବା ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓପନ ସ୍କୁଲିଂ ବା ଏନଆଇଓଏସ ପ୍ରାଚୀନ ଭାରତୀୟ ଜ୍ଞାନ ଓ ପରମ୍ପରାକୁ ନେଇ ୧୦୦ ମଦ୍ରାସାରେ ନୂଆ ପାଠ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି । ଏହି ପାଠ୍ୟକ୍ରମ ନୂଆ ଶିକ୍ଷାନୀତିର ଅଂଶ ବିଶେଷ ଅଟେ । ଏନଆଇଓଏସ ତୃତୀୟ, ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପାଇଁ ମୌଳିକ କୋର୍ସ ଆରମ୍ଭ କରିବ । ପ୍ରାଚୀନ ଭାରତର ଜ୍ଞାନ ବାବଦରେ ପ୍ରାୟ ୧୫ଟି ବିଷୟ ପ୍ରସ୍ତୁତ ହୋଇଛି । ଏଥିରେ ବେଦ, ଯୋଗ, ବିଜ୍ଞାନ, ସଂସ୍କୃତ ଭାଷା, ରାମାୟଣ, ଗୀତା ସମେତ ଅନ୍ୟ ବିଷୟ ରହିଛି ।

ଏକ ଇଂରାଜୀ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଏନଆଇଓଏସର ଚେୟାରମ୍ୟାନ୍ ସରୋଜ ଶର୍ମା କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମକୁ ପ୍ରାୟ ୧୦୦ଟି ମଦ୍ରାସାରେ ଆରମ୍ଭ କରାଯିବ । ଭବିଷ୍ୟତରେ ଏହି ସଂଖ୍ୟା ୫୦୦ରେ ପହଁଚିବ । କେନ୍ଦ୍ରମନ୍ତ୍ରୀ ରମେଶ ପୋଖରୀୟାଲ ମଙ୍ଗଳବାର ନୋଏଡା ସ୍ଥିତ ଏନଆଇଓଏସର କେନ୍ଦ୍ରୀୟ ମୁଖ୍ୟାଳୟରେ ଅନେକ ଷ୍ଟଡି ମ୍ୟାଟେରିଆଲ ଜାରି କରିଥିଲେ । ଏହି ପରିପ୍ରେକ୍ଷୀରେ ସେ କହିଥିଲେ ଯେ, ଭାରତ ପ୍ରାଚୀନ ଭାଷା, ବିଜ୍ଞାନ, କଳା ସଂସ୍କୃତି ଓ ପରମ୍ପରାର ପ୍ରତୀକ ଅଟେ । ଏବେ ଦେଶ ନିଜର ପ୍ରାଚୀନ ପରମ୍ପରାକୁ ପୁନର୍ଜୀବିତ କରିବା ସହ ଜ୍ଞାନ ବିଜ୍ଞାନ କ୍ଷେତ୍ରରେ ସୁପରପାଓ୍ୱାର ହେବା ପାଇଁ ପ୍ରସ୍ତୁତ ହେଉଛି । ଏହି କୋର୍ସର ଲାଭ ମଦ୍ରାସା ଓ ବିଶ୍ୱରେ ଥିବା ଭାରତୀୟ ସମାଜ ଯାଏଁ ପହଁଚାଯିବ ।

ସୂଚନାଯୋଗ୍ୟ, ଏନଆଇଓଏସ ଦେଶରେ ଥିବା ଦୁଇଟି ରାଷ୍ଟ୍ରୀୟ ବୋର୍ଡ ମଧ୍ୟରୁ ଅନ୍ୟମ ।ଏହା ପ୍ରାଇମେରୀ, ସେକେଣ୍ଡାରୀ ଓ ସିନିୟର ସେକେଣ୍ଡାରୀ ସ୍ତରରେ କୋର୍ସ ଓପନ ଓ ଡିଷ୍ଟାନ୍ସ ଲର୍ଣ୍ଣିଂ ଜରିଆରେ ପ୍ରଦାନ କରିଥାଏ । ଏହାର ଯୋଗ କୋର୍ସ ମ୍ୟାଟେରିଆଲରେ ପତଞ୍ଜଳିର କୃତାସୂତ୍ର, ଯୋଗସୂତ୍ର ବ୍ୟାୟାମ, ସୂର୍ଯ୍ୟ ନମସ୍କାର, ଆସନ, ପ୍ରାଣାୟମ ଓ ଚିନ୍ତାକୁ ଦୂର କରିବା ପାଇଁ ଥିବା ବ୍ୟାୟାମ ଓ ସ୍ମରଣ ଶକ୍ତି ବୃଦ୍ଧି ବ୍ୟାୟାମ ଆଦି ସାମିଲ ଅଛି ।

   Related Posts