Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଟିକାକରଣ ଏକ କୋଟି ପାର, ଶୁଭେଚ୍ଛା ଜଣାଇଲା ସ୍ବାସ୍ଥ୍ୟ ବିଭାଗ
  • ||
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୪୫୮୭ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୬୭୧ ଡିସଚାର୍ଜ
  • ||
  • ଜୁନ ୨୪ରେ ବୈଠକ ଡାକିଲେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧି, ଦଳୀୟ କନ୍ଦଳ ନେଇ ହେବ ମାନସମନ୍ଥନ
  • ||
  • ଭଦ୍ରକ : ବ୍ରାଉନସୁଗାର ସେବନକୁ ବିରୋଧ କରିବାରୁ ମାରଣାସ୍ତ୍ର ଧରି ଗୋଡାଇଲେ ଯୁବକ, ୩ ଗିରଫ, ୧୦ ଗ୍ରାମ ବ୍ରାଉନସୁଗାର ଜବତ
  • ||
  • ଭୁବନେଶ୍ବର : କୋଭିଡ୍ ଦ୍ବାରା କ୍ଷତିଗ୍ରସ୍ତ ଅନେକ ଅର୍ଗାନ୍ ରହୁନି ସୁରକ୍ଷିତ – ଡିଏମଇଟି
  • ||
  • ୫୦ ନେତାଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ ଫୋନ୍ : ‘ଆପଣଙ୍କ ଟିକେଟ୍ କନଫର୍ମ୍, ନିର୍ବାଚନ ପାଇଁ ପ୍ରସ୍ତୁତ ହୁଅ’
  • ||
  • ଇଟ୍ଟାନଗର : ପୁଣି ଥରିଲା ଅରୁଣାଞ୍ଚଳ ପ୍ରଦେଶ, ଇଟ୍ଟାନଗରରେ ଭୂକମ୍ପ ଝଟ୍‌କା
  • ||
  • ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ଅନୁଯାୟୀ ବ୍ୟବହାର ହେବ ଷ୍ଟେରଏଡ୍ – ନିରଞ୍ଜନ ମିଶ୍ର
  • ||
  • ଭୁବନେଶ୍ବର : ଦ୍ବିତୀୟ ଲହର ଅପେକ୍ଷା ତୃତୀୟ ଲହର ପ୍ରଭାବ କମ୍, ତଥାପି ଜୋରଦାର କରିବାକୁ ପଡିବ ଟିକାକରଣ – ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ପାଟଣା : ଘରେ ଶୋଇଥିବା ବେଳେ କାମୁଡିଦେଲା ସାପ, ଚାଲିଗଲା ମହିଳାଙ୍କ ଜୀବନ
  • ||

ପକେଟ ଖର୍ଚ୍ଚ ପାଇଁ ୯ମ ଶ୍ରେଣୀ ଛାତ୍ର ଅନ୍ୟ ଦୁଇଛାତ୍ରଙ୍କୁ ମାରିଲା ଚାକୁ,ଗୁରୁତର ଅବସ୍ଥାରେ ସ୍କୁଲ କର୍ତ୍ତୃପକ୍ଷ ଉଦ୍ଧାର କରି ପଠାଇଲେ ହସପିଟାଲ

23/12/2018 at 3:25 PM

ଇନ୍ଦୋର ୨୩/୧୨-  ଆଜିକାଲି ଅପରାଧ ସଧାରଣ ହୋଇଗଲାଣି । ଆଗରୁ କିଛି ଅସାମାଜିକ ଲୋକ କରୁଥିଲେ ଅପରାଧ । ହେଲେ ଏବେ ଛାତ୍ର,ଶିକ୍ଷକ, ଡ଼ାକ୍ତର ,ତଥା ବିଭିନ୍ନ ବର୍ଗର ଲୋକେ ଅପରାଧ ସହ ଜଡ଼ିତ ହୋଇଗଲେଣି । ଆଜିକାଲି ଅପରାଧପ୍ରବଣତା ଏକପ୍ରକାର  ମାନସିକତା ପାଲଟିଗଲାଣି ।

ସେମିତି ଘଟଣାଟିଏ ଆଜି ଆପଣଙ୍କୁ କହିବାକୁ ଯାଉଛୁ । ଜଣେ ୯ମ ଶ୍ରେଣୀ ଛାତ୍ର ନିଜର ପକେଟ ଖର୍ଚ୍ଚପାଇଁ ଆଉ ଦୁଇ ଜଣ ସ୍କୁଲ ଛାତ୍ରଙ୍କୁ ଚାକୁ ମାରି କରିଛି କ୍ଷତାକ୍ତ । ଏହି ମରଣାନ୍ତକ ଆକ୍ରମଣରେ ଦୁଇଛାତ୍ର ଗୁରୁତର ହୋଇ ହସପିଟାଲରେ ହେଉଛନ୍ତି ଚିକିତ୍ସା ।

ଘଟଣାଟି ଘଟିଛି ଇନ୍ଦୋରର ସୁଦାମାନଗର ସ୍ଥିତ ନ୍ୟୁ ପବ୍ଲିକ ସ୍କୁଲରେ । ନବମଶ୍ରେଣୀରେ ପଢ଼ୁଥିବା ୧୩ ବର୍ଷିୟ ଛାତ୍ର ସାତଭି ତାର ଦୁଇ ଜଣ ସାଙ୍ଗକୁ କରିଛି ଚାକୁ ମାଡ଼ । ଘଟଣାଦିନ ସାତଭି ସ୍କୁଲ ଗେଟ ପାଖରେ ଛିଡ଼ା ହୋଇଥିବା ସମୟରେ ୭ମ ଶ୍ରେଣୀ ଓ ୧୦ମ ଶ୍ରେଣୀରେ ପଢ଼ୁଥିବା ଦୁଇଜଣ ଛାତ୍ରଙ୍କୁ ନିଜ ପକେଟ ଖର୍ଚ୍ଚପାଇଁ ଜୋରଜବରଦସ୍ତ ଚାନ୍ଦା ମାଗିଥିଲା । ସେ ଛାତ୍ର ଦୁଇଜଣ ଟଂକା ଦେବାକୁ ମନା କରିବାରୁ ନିଜ ବ୍ୟାଗରୁ ଚାକୁ କାଢ଼ି ହଠାତ ଦୁଇ ଜଣକୁ ଆକ୍ରମଣ କରିଥିଲା । ସେମାନଙ୍କୁ ଏଭଳି ଅତର୍କିତ ଭାବେ ଆକ୍ରମଣ କରିଥିଲା, ସେମାନେ ଖସି ଯିବାକୁ ବାଟ ନ ଥିଲା । ଏହି ଘଟଣାପରେ ଦୁଇ ଛାତ୍ରଙ୍କୁ ସ୍କୁଲ କର୍ତ୍ତୃପକ୍ଷ ଉଦ୍ଧାର କରି ହସପିଟାଲ ସ୍ଥାନାନ୍ତରିତ କରିଛି ।

ଛାତ୍ରଜଣକ ନାବାଳକ ହୋଇଥିବାରୁ ପୋଲିସ ଜୁଭେନାଇଲ ଆକ୍ଟରେ ଛାତ୍ରଜଣ ବିରୋଧରେ ମାମଲା ରୁଜୁ କରିଛି।

   Related Posts