ଭାରତରେ ଲଞ୍ଚ୍ ହେଲା Ninja-300 BS6, ଦମଦାର୍ ରହିଛି ଲୁକ୍, ଜାଣନ୍ତୁ କେତେ ରହିଛି ଦାମ୍ ?
3/03/2021 at 11:53 AM

ନୂଆଦିଲ୍ଲୀ,୦୩/ ୦୩: ଅଗ୍ରଣୀ ସ୍ପୋର୍ଟସ୍ ବାଇକ୍ ନିର୍ମାତା କାଓ୍ୱାସାକି ୨୦୨୧ ନିଞ୍ଜା-୩୦୦ ବିଏସ-୬ର ଏକ ଟିଜର ଜାରି କରିଥିଲା । ଏବେ କମ୍ପାନୀ ନିଜର ବହୁ ପ୍ରତିକ୍ଷୀତ ବାଇକ ନିଞ୍ଜା-୩୦୦ ବିଏସ-୬କୁ ଭାରତରେ ଲଞ୍ଚ୍ କରିଛି । ଦ୍ୱିଚକିଆ ବାହାନ ନିର୍ମାତା କାଓ୍ୱାସାକି ୨୦୧୯ ଡିସେମ୍ବରରେ ଏହି ବାଇକର ଉତ୍ପାଦନ ବନ୍ଦ କରିଦେଇଥିଲା । ଏପ୍ରିଲ ୨୦୨୦ରେ ଦେଶରେ ନୂଆ ନିୟମ ଆସିବା ପରେ କମ୍ପାନୀ ବିଏସ-୬ ଭାରିଏଣ୍ଟକୁ ଲଞ୍ଚ୍ କରିଛି ।
ଏହି ବାଇକ ଯୁବ ପୀଢିଙ୍କୁ ବହୁତ ପସନ୍ଦ ହୋଇଥାଏ । ଏହାର ଲୁକ୍ ଦମଦାର୍ ଥିବା ବେଳେ ଏହାର ଷ୍ଟାଇଲ୍ ସର୍ବାଦା ୟୁନିକ ରହିଥାଏ । ନୂଆ ବିଏସ୬ ନିଞ୍ଜା-୩୦୦ ତିନୋଟି କଲରରେ ଉପଲବ୍ଧ । କେଆରଟି ବା କାଓ୍ୱାସାକି ରେସିଂ ଟିମ୍ ଲାଇବରୀ, ଲାଇମ୍ ଗ୍ରୀନ୍ ଓ ଫୁଲ୍ ବ୍ଲାକ୍ କଲରେ ଏହି ବାଇକ ଉପଲବ୍ଧ ହେଉଛି । ନୂଆ ବାଇକର ଫିଚର୍ ପୁରୁଣା ଭଳି ସମାନ ଅଟେ । ଏଥିରେ ଫ୍ରଣ୍ଟରେ ଟ୍ୱିନ୍ ପ୍ୟାଡ୍ ହେଡଲାଇଟ୍ ମିଳୁଛି । ସେହିପରି ବାଇକରେ ଫାୟାରିଂ ଇଣ୍ଟିଗ୍ରେଟେଡ୍ ପ୍ରଣ୍ଟ୍ ବ୍ଲିଙ୍କର ଓ ଏକ ମସ୍କ୍ୟୁଲାର ଫୁଏଲ୍ ଟ୍ୟାଙ୍କ୍, ସ୍ଲିପଟ୍ ଷ୍ଟାଇଲ୍ ସିଟସ୍ ଓ କ୍ରୋମ୍ ହଟସିଲ୍ଡ୍ ଦିଆଯାଇଛି ।
India Kawasaki Motors announces the launch of MY22 Ninja 300!!
— IndiaKawasaki (@india_kawasaki) March 2, 2021
The launching price of the Ninja 300 is starting at INR 3,18,000/-
To know the estimated on-road price of your favorite Kawasaki motorcycle click on the below link:https://t.co/qRhaUAkVqW#indiakawasaki #Ninja300 pic.twitter.com/AwHwNa9Pz6
ନୂଆ ଇଞ୍ଜିନ୍
ଅପଡେଟେଡ୍ ୨୦୨୧ ନିଞ୍ଜା-୩୦୦ର ଇଞ୍ଜିନରେ ବଡ ପରିବର୍ତ୍ତନ ହୋଇଛି । ୨୯୬ ସିସିର ବିଏସ-୬ ଇଞ୍ଜିନ୍ ରହିଛି । ଏହାସହ ଗ୍ରାହକଙ୍କୁ ଲିକ୍ୟୁଡ୍ କୁଲଡ୍ ଇଞ୍ଜିନ୍ ମିଳିବ । ବାଇକ ୩୮.୪ ବିଏଚପି ପାଓ୍ୱାର ସହ ୨୭ ଏନଏମ ଟର୍କ ଜେନେରେଟ୍ କରିଥାଏ । ଏହାସହ ୬ ସ୍ପିଡ୍ ଗିଅର ବକ୍ସ ମଧ୍ୟ ରହିଛି । ସ୍ଲିପର୍ କ୍ଲଚ୍ ମଧ୍ୟ ଚାଳକଙ୍କୁ ମିଳିବ ।

ବାଇକରେ ପୁରୁଣା ମଡେଲ୍ ଭଳି ସେମି ଡିଜିଟାଲ କ୍ଲଷ୍ଟର, ବଲ୍ବ ଟାଇପ୍ ହେଡ୍ ଲ୍ୟାମ୍ପ, ବ୍ଲିଙ୍କର ଓ ଏଲଇଡି ଟେଲ୍ ଲ୍ୟାମ୍ପ୍ ରହିଛି । ଏହାସହ ଚାଳକଙ୍କୁ ୧୭ ଇଞ୍ଚ୍ ଆଲୟ ହ୍ୱିଲସ୍, ୩୭ ଏମଏମ ଟେଲିସ୍କୋପିକ୍ ଫ୍ରଣ୍ଟ୍ ଫର୍କସ୍ ଓ ରିୟରରେ ମନୋସ୍କୋପ୍ ରହିଛି । ବ୍ରେକିଂ ପାଇଁ ଉଭୟ ଟାୟାରରେ ଡିସ୍ ବ୍ରେକ୍ ରହିଛି । ବ୍ରେକିଂକୁ ଆହୁରି ମଜବୁତ୍ କରିବା ପାଇଁ ଏଥିରେ ଡୁଆଲ ଚ୍ୟାନେଲ୍ ଏବିଏସ ମଧ୍ୟ ମିଳିବ ।

ନୂଆ ନିଞ୍ଜା-୩୦୦ ବିଏସ-୬ ର ଏକ୍ସ ସୋରୁମ ଦାମ୍ ୩ ଲକ୍ଷ ୧୮ ହଜାର ଟଙ୍କା ରହିଛି । ଏହା ପୂର୍ବ ବାଇକ୍ ତୁଳନାରେ ୨୦ ହଜାର ଅଧିକ । ବାଇକର ବୁକିଂ ପୂର୍ବରୁ ଆରମ୍ଭ ହୋଇଥିଲେ ମଧ୍ୟ ଏହାର ଡେଲିଭରୀ ଅତିଶୀଘ୍ର ଆରମ୍ଭ ହେବ । ଲଞ୍ଚ୍ ପୂର୍ବରୁ କମ୍ପାନୀ ସୋସିଆଲ ମିଡିଆରେ ବାଇକର ସମସ୍ତ ଫଟୋ ସେୟାର କରିଛି ।