ଜଣେ ଦ୍ଵିତୀୟ ଶ୍ରେଣୀଛାତ୍ରକୁ ଦୁଷ୍କର୍ମକଲା ନବମ ଶ୍ରେଣୀ ଛାତ୍ର, ପୋଲିସ ମାମଲା ରୁଜୁ କରି କଲା କୋର୍ଟ ଚାଲାଣ

Published By : Prameya-News7 Bureau | December 15, 2018 IST

 ଭିବାନୀ ୧୫/୧୨ : ଅପରାଧକେବଳ ସାବାଳକ ମାନଙ୍କ ପାଖରେ ସୀମିତ ହୋଇ ରହିନାହିଁ । ନାବାଳକ ମାନେ ମଧ୍ୟ ବିଭିନ୍ନ ସମୟରେ ବଡ଼ବଡ଼ଅପରାଧ କରିଥିବାର ନଜରକୁ ଆସିଛି । ସେମାନେ  ବେଳେବେଳେଏଭଳି ଭାବରେ ଅପରାଧ କରୁଛନ୍ତି, ବିଶ୍ଵାସ ବି କରିହେବନାହିଁ ।   ଦୁଷ୍କର୍ମ ଦିନକୁ ଦିନ ବଢ଼ିଚାଲିଥିବା ବେଳେ ଜଣେ  ଦ୍ଵିତୀୟ ଶ୍ରେଣୀର ନାବାଳକ ଛାତ୍ରକୁ ଆଉ ଜଣେ ନବମ ଶ୍ରେଣୀଛାତ୍ର ଦୁଷ୍କର୍ମ କରିବା କମ ଲଜ୍ୟାଜନକ ନୁହେଁ ।

{"id":64010,"width":590,"height":327}

ଜଣେ ୭ ବର୍ଷିୟ ବାଳକ ଆଉ ଜଣେ ନବମ ଶ୍ରେଣୀ ଛାତ୍ରଦ୍ଵାରା ଏହିଭଳି କୁକର୍ମରେ ଶିକାର ହୋଇଛି ବୋଲି ପୀଡ଼ିତର ମାଆ ଥାନାରେ ଅଭିଯୋଗ କରିଛନ୍ତି । ସେ ଆହୁରିକହିଛନ୍ତି, ସବୁଦିନ ପରି ସେଦିନ ତାଙ୍କ ପୁଅ ସ୍କୁଲକୁ ଯାଇଥିଲା । କିନ୍ତୁ ସ୍କୁଲ କର୍ତ୍ତୃପକ୍ଷକ୍ଲାସର ସମୟ ପରିବର୍ତ୍ତନ କରିଥିଲେ । ଯାହା ଫଳରେ ତାଙ୍କ ପୁଅ ଜାଣି ନ ପାରି ସହଳ ଚାଲିଯାଇଥିଲା। ନବମ ଶ୍ରେଣୀରେ ପଢ଼ୁଥିବା ପିଲା  ତାଙ୍କ ପୁଅକୁ ଚକୋଲେଟଖାଇବାକୁ ଦୋକାନକୁ ଡ଼ାକିଥିଲା ।  ତା ପରେ ସେ ଗୋଟେନିରୋଳା କ୍ଲାସରୁମକୁ ଡ଼ାକିନେଇ ଦୁଷ୍କର୍ମ କରିଥିବା କଥା ପିଲାଟିର ମାଆ ଅଭିଯୋଗ କରିଛନ୍ତି ।

{"id":64012,"width":598,"height":318}

ପିଲାଟି ସେଦିନ ସ୍କୁଲରୁ ଫେରିଅଚେତ ହେଲାପରି ଶୋଇପଡ଼ିଥିଲା । ଏ ଘଟଣା ଭୟରେ କାହାକୁ କହି ନଥିଲା । ପିଲାଟିର ମାଆ ବାଧ୍ୟ କରି ପଚାରିବାପରେ ସବୁ ସତକଥା କହିଥିଲା । ତା ପରେ ତାକୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଥିଲା ।ଥାନରେ ଏତଲା ଦେବା ପରେ ପୋଲିସ ଘଟଣାସହ ସଂପୃକ୍ତ ଥିବା ପିଲାଟିକୁ ଗିରଫ କରି କୋ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.