ଅମାନବୀୟ ଘଟଣା : ନଅ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା
15/12/2018 at 5:04 PM

ବରେଲି ୧୫/୧୨: ଜଣେ ନଅ ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ତଣ୍ଟିଚିପିହତ୍ୟା । ମୃତ ଶିଶୁକୁ ପରିବାର ଲୋକେ ନିଜ ଘର ଠାରୁ ମାତ୍ର ୧୦୦ମିଟର ଦୂରରୁ କରିଛନ୍ତି ଉଦ୍ଧାର ।ପାରିପାର୍ଶିକ ଅବସ୍ଥାରୁ ଯାହା ଜଣାପଡ଼ିଛି କେହି ଜଣେଦୃବୁର୍ତ୍ତ ଦୁଷ୍କର୍ମ କଲାପରେ ହତ୍ୟାକରି ଫିଙ୍ଗିଦେଇଛି ।
ଏହି ଘଟଣାଟି ଘଟିଛି ଉତ୍ତରପ୍ରଦେଶର ବରେଲି ଅଂଚଳରେ । ଘଟଣାରୁ ଜଣାଯାଇଛି ବରେଲିର ବିଶ୍ଵାସଗଂଜରେ ଜଣେ ଦିନ ମଜୁରିଆ ପରିବାର ସହ ରହୁଥିଲେ । ତାଙ୍କର ଗୋଟିଏ ଛୋଟ ପୁଅ ଓ ଝିଅଟିଏ ମଧ୍ୟ ଥିଲା । ବୁଧବାର ଦିନ ସଂଧ୍ୟାରେ ହଠାତ ରହସ୍ୟମୟଭାବେ ଝିଅଟି ନିଖୋଜ ହୋଇଗଲା । ବହୁତ ଖୋଜାଖୋଜି ପରେ କୁଆଡ଼େ ମିଳିଲା ନାହିଁ । ନିଖୋଜ ହେବାକୁ ନେଇ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଏତାଲା ଦିଆଯାଇଥିଲା ।

ଆଜି ସକାଳୁ କେହି ଜଣେ ଖବରଦେଲା ନିଖୋଜଥିବା ବାଳିକାଟିର ଶବ ନିକଟସ୍ଥଚାଷ କିଆରି ଭିତର ପଡ଼ିଛି । ଘଟଣାସ୍ଥଳରେ ପହଂଚି ବାପମାଆ ଝିଅଟିର ଶବ ଚିହ୍ନଟ କଲାପରେ ପୋଷ୍ଟମୋର୍ଟେମ ପାଇଁ ପୋଲିସ ଶବଟିକୁ ପଠାଇଦେଇଥିଲା ।

ପୋର୍ଷ୍ଟମୋର୍ଟେମ ପରେ ପୋଲିସ ଜାଣିବାକୁ ପାଇଛି ଅପହରଣ କରାଯାଇଥିବା ସେହି ନାବାଳିକାଟିକୁ ପ୍ରଥମେ ଦୁଷ୍କର୍ମ ତା ପରେ ତଣ୍ଟିଚିପି ହତ୍ୟାକରାଯାଇଛି ।