ଗରମ କୁଣ୍ଢରୁ ନିଖୋଜ ନାବାଳକର ମୃତଦେହ ଉଦ୍ଧାର

Published By : Prameya-News7 Bureau | December 20, 2019 IST

ଆଠମଲ୍ଲିକ ୨୦।୧୨: ଗରମ କୁଣ୍ଡରେ ପଡି ଚାଲିଗଲା ୯ବର୍ଷ ନାବାଳକର ମୃତ୍ୟୁ ଘଟିଛି । ମୃତ ନାବାଳକ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ମାଲିପଦର ଗାଁରେ ଇନ୍ଦ୍ରଜିତ ଦେହୁରୀ ।

{"id":200043,"sizeSlug":"large"}

ସୂଚନାଯୋଗ୍ୟ ଯେ,  ଶନିବାର ଦେଉଳିଝରି ମନ୍ଦିର ନିକଟରେ ଇନ୍ଦ୍ରଜିତ୍ ତାଙ୍କ ଜମିରୁ ଧାନ ସଂଗ୍ରହ ପାଇଁ ଯାଇଥିବାର ଲୋକମାନେ ଦେଖିଥିଲେ ।  କିନ୍ତୁ କିଛି ସମୟ ବିତିଯାଇଥିଲେ ମଧ୍ୟ ସେ ଘରକୁ ନଫେରିବା ଦେଖି ପରିବାର ଲୋକ ବ୍ୟସ୍ତବିବ୍ରତ ହୋଇପଡିଥିଲେ । ପରେ ପରିବାର ଲୋକ ଆଠମଲ୍ଲିକ ଥାନାରେ ନିଖୋଜ ହେବା ନେଇ ଏତଲା ଦେଇଥିଲେ । ପୋଲିସ ଖୋଜାଖୋଜି ପରେ ନାବାଳକଟି ଦେଉଳିଝରିରେ ଥିବା ଗରମକୁଣ୍ଡରେ ପଡିଥିବାରେ ଦେଖିବାକୁ ମିଳିଥିଲା । ପୋଲିସ ତୁରନ୍ତ ଦମକଳ ବାହିନୀ ସାହାର୍ଯ୍ୟରେ ନାବାଳକର ମୃତଦେହକୁ ଗରମକୁଣ୍ଡରୁ ଉଦ୍ଧାର କରିଥିଲା । ଇନ୍ଦ୍ରଜିତର ମୃତ୍ୟୁ ଖବର ଶୁଣି ପରିବାର ଲୋକେ ଭାଙ୍ଗି ପଡିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.