ବଡ ଦୁର୍ଘଟଣାରୁ ବର୍ତ୍ତିଗଲେ ୯ ପର୍ଯ୍ୟଟକ, ବୋଟ୍ ଓଲଟି ବୁଡିଯାଇଥିଲେ

Published By : Prameya-News7 Bureau | March 12, 2021 IST

ବ୍ରହ୍ମପୁର ୧୨।୩: ବଡ ଦୁର୍ଘଟଣାରୁ ବର୍ତ୍ତିଗଲେ ୯ ପର୍ଯ୍ୟଟକ । ଗୋପାଳପୁର ସମୁଦ୍ରରେ ଗୁରୁବାର ପ୍ଲେଇଂ ବୋଟ୍ ଓଲଟି ପଡିବା ଫଳରେ ୯ ଜଣ ପର୍ଯ୍ୟଟକ ବୁଡି ଯାଇଥିଲେ । ତେବେ କୋଷ୍ଟ୍ ଗାର୍ଡ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ୯ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ଗୋପାଳପୁର ପୋଲିସ ପହଞ୍ଚି ତଦନ୍ତ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଗୁରୁବାର ଅପରାହ୍ନରେ ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକ ୯ ଜଣ ଉକ୍ତ ରବର ବୋଟ୍‌ରେ ବସି ସମୁଦ୍ର ଭିତରକୁ ଯାଇଥିଲେ । ସମୁଦ୍ରରେ ବୁଲି ଫେରିଲା ବେଳକୁ ଉପକୂଳରୁ ୬୦/୭୦ ମିଟର ଦୂରରେ ବୋଟ୍‌ ଓଲଟି ଯାଇଥିଲା । ଜୋର୍‌ ପବନ ଯୋଗୁଁ ସମୁଦ୍ର ଅଶାନ୍ତ ଥିବାରୁ ଭାରସାମ୍ୟ ହରାଇ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଇଛି । ଘଟଣା ଘଟିବା ପରେ ପରେ ସୁରକ୍ଷା ଟିମ୍‌ ସମୁଦ୍ର ଭିତରୁ ସମସ୍ତ ୯ ଜଣଙ୍କୁ ଉଦ୍ଧାର କରିଥିଲା । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.