ଭାରସାମ୍ୟ ହରାଇ ଟ୍ରକ୍‌ରେ ପିଟିହେଲା କାର୍, ଘଟଣାସ୍ଥଳରେ ୯ ଛାତ୍ର ମୃତ

Published By : Prameya-News7 Bureau | July 20, 2019 IST

ପୁଣେ ୨୦|୭: ମହାରାଷ୍ଟ୍ର ପୁଣେରେ ମର୍ମନ୍ତୁଦ ସକ ଦୁର୍ଘଟଣା ହୋଇଛି । ଟ୍ରକ୍ ସହ କାର୍ ଧକ୍କା ହୋଇଛି । ଦୁର୍ଘଟଣାରେ ୯ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି ।  ଏହି ଦୁର୍ଘଟଣା ପୁଣେ-ସୋଲାପୁର ଜାତୀୟ ରାଜପଥରେ ହୋଇଛି ।  ସମସ୍ତ ଛାତ୍ର ପୁଣେ ୟାବନ୍ତ ଗାଂର ବୋଲି ଜଣାପଡିଛି ।

ମୃତ ଛାତ୍ର ହେଲେ ଅକ୍ଷୟ ଭାରତ ବାଇକର, ବିଶାଲ ସୁଭାଷ ଯାଦବ, ନିଖିଲ ଚନ୍ଦ୍ରକାନ୍ତ ବାବଠେ, ସୋନୁ ଓରଫ ନୁର୍ ମହମ୍ମଦ ଅବାସ ଦାୟା, ପରଭେଜ ଆଶପାକ ଅତ୍ତାର, ଶୁଭମ ରାମଦାସ ଭିସେ, ଅକ୍ଷୟ ଚନ୍ଦ୍ରକାନ୍ତ ଘିଗେ, ଦତ୍ତା ଗଣେଶ ଯାଦବ ଏବଂ ଜୁବେର ଅଜିଜ ମୁଲାଂନି ମୟତା ।

ସମସ୍ତ ଛାତ୍ର ରାୟଗଡ ବୁଲିବା ପାଇଁ ଯାଇଥିଲେ । ରାୟଗଡରୁ ଫେରୁଥିବା ବେଳେ ଟ୍ରକ୍ ସହ ଦୁର୍ଘଟଣା ହୋଇଥିବା ଜଣାପଡିଛି । କାର୍ ଡ୍ରଇଭର ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେବା ପରେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍ ସହ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ସମସ୍ତ ୯ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.