ସମ୍ଭାବ୍ୟ ବାତ୍ୟାର ମୁକାବିଲା ଲାଗି ୧୨ ଆଇଏଏସ ଅଧିକାରୀଙ୍କୁ ଦାୟିତ୍ବ

Published By : Prameya-News7 Bureau | May 01, 2019 IST

ଭୁବନେଶ୍ବର ୧|୫: ସମ୍ଭାବ୍ୟ ବାତ୍ୟାର ମୁକାବିଲା ଲାଗି ୧୨ ଆଇଏଏସ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି । ଜଗତସିଂହପୁର ଜିଲ୍ଲା ଦାୟିତ୍ବରେ ରହିବେ ଶାଶ୍ବତ ମିଶ୍ର । ସେହିଭଳି ଖୋର୍ଦ୍ଧା ଜିଲ୍ଲାରେ କ୍ରିଷନ କୁମାର, କେନ୍ଦ୍ରାପଡା ଜିଲ୍ଲାରେ ହେମନ୍ତ କୁମାର ପାଢ଼ୀ, କଟକ ମହାନଗର ନିଗମରେ ସଂଗ୍ରାମଜିତ ନାୟକ, ବାଲେଶ୍ବର ଜିଲ୍ଲାରେ ପ୍ରେମଚନ୍ଦ୍ର ଚୌଧୁରୀ ଓ ମହମ୍ମଦ ଅବଦଲ ଅଖତାର, ଯାଜପୁର ଜିଲ୍ଲାରେ ଅନିଲ ସାମଲ, ଭଦ୍ରକ ଜିଲ୍ଲାରେ ସୁରେନ୍ଦ୍ର ପାଲ ଠାକୁର, କଟକ ଜିଲ୍ଲାରେ ସଞ୍ଜୀବ ଚୋପ୍ରାଙ୍କୁ ଦାୟିତ୍ବ ଦିଆଯାଇଛି । ସେହିଭଳି ଏସଆରସି ଦପ୍ତରରେ ମନିଷା ବାନାର୍ଜୀଙ୍କୁ ଦାୟିତ୍ବ ଦିଆଯାଇଛି ।

ଅତି ଭୀଷଣ ସାମୁଦ୍ରିକ ଝଡରେ ପରିଣତ ହେଲାଣି ‘ଫନି’ । ପୁରୀଠାରୁ ୬୬୦ କିଲୋମିଟର ଦୂରରେ ରହିଛି ‘ଫନି’ । ଏହା ବିଶାଖାପାଟଣାଠାରୁ ୪୩୦ କିଲୋମିଟର ଦୂରରେ ରହିଛି । ୩ତାରିଖରେ ପୁରୀର ଦକ୍ଷିଣରେ ଉପକୂଳ ଛୁଇଁବ । ଏହି ସମୟରେ ଘଣ୍ଟା ପ୍ରତି ୧୭୫-୧୮୦ କିଲୋମିଟର ବେଗରେ ପବନ ବହିବ । ଘଣ୍ଟାପ୍ରତି ୧୦କିଲୋମିଟର ବେଗରେ ଗତି କରୁଛି ଫନି । ଦେଢ ମିଟର ଉଚରେ ଜୁଆର ରହିବ । ୩ତାରିଖ ସନ୍ଧ୍ୟାରେ ପୁରୀ ପାଖାପାଖି ଲ୍ୟାଣ୍ଡଫଲ୍ କରିବ । ୨ରୁ ୪ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଭୀଷଣ ପ୍ରଭାବ ଆଶଙ୍କା କରାଯାଉଛି । ଦକ୍ଷିଣ ଓ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି ।

{"id":109377}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.