Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ଯାଜପୁରରେ ବ୍ୟାପିଲା କରୋନା, ଦଶରଥପୁର ବାଳିକା ବିଦ୍ୟାଳୟର ୯ଜଣ ଛାତ୍ରୀ ପଜିଟିଭ ଚିହ୍ନଟ

7/12/2021 at 10:21 AM

ଯାଜପୁର ୭।୧୨: ଯାଜପୁରରେ ବ୍ୟାପିଲା କରୋନା । ଦଶରଥପୁର ବାଳିକା ବିଦ୍ୟାଳୟର ୯ ଜଣ ଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ଷଷ୍ଠ ଓ ନବମ ଶ୍ରେଣୀର ୯ ଛାତ୍ରୀ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।  ସମସ୍ତଙ୍କୁ ସ୍ବତନ୍ତ୍ର ଗୃହରେ ଆଇସୋଲେସନରେ ରଖାଯାଇଛି । ଏ ନେଇ ମଙ୍ଗଳପୁର ମେଡିକାଲ ଅଫିସର ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଦଶରଥପୁର ବ୍ଲକ୍ ମଙ୍ଗଳ ବିଭାଗ ଅଧିନସ୍ଥ ଦଶରଥପୁର ବାଳିକା ବିଦ୍ୟାଳୟର ୯ଜଣ ଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ସ୍କୁଲର ମୋଟ୍ ୧୯୫ ଜଣଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୯ ଛାତ୍ରୀ ପଜିଟିଭ ହୋଇଥିବା ଜଣାପଡିଛି । ବୁଧବାର ସ୍କୁଲକୁ ସାନିଟାଇଜ କରାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

   Related Posts