Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

କେନ୍ଦୁଝର ଜେଲ୍‌ରେ ପଶିଲା କରୋନା, ୯ କଏଦୀ କୋଭିଡ଼ ସଂକ୍ରମିତ

12/05/2021 at 9:51 AM

କେନ୍ଦୁଝର ୧୨।୦୫: ଜେଲ୍‌ରୁ ପୁଣି ବାହାରିଲେ କରୋନା ପଜିଟିଭ୍‌ । କେନ୍ଦୁଝର ଜିଲ୍ଲା କାରାଗାରରୁ ୯ଜଣ କଏଦୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସମସ୍ତଙ୍କୁ ସ୍ୱତନ୍ତ୍ର ଆଇସୋଲସେନ ଓ୍ୱାର୍ଡରେ ରଖାଯାଇଛି ।

ଖବର ଅନୁଯାୟୀ, ଗତ ମାସ ୨୮ ତାରିଖରେ ତିନି ଜଣ ଏକ ଚୋରୀ ମାମଲାରେ କୋର୍ଟରୁ ଚାଲାଣ ହୋଇ ଜେଲକୁ ଆସିଥିଲେ । ଆଉ ସେ ସମୟରେ ସେମାନଙ୍କର ଥଣ୍ଡା , ଛିଙ୍କ , କାଶ ହେଉଥିଲା । ତେଣୁ ସେମାଙ୍କର କୋଭିଡ଼ ଟେଷ୍ଟ କରାଯାଇଥିଲା । ଯାହାର ରିପୋର୍ଟ ପଜିଟିଭ ଆସିଥିଲା । ତୁରନ୍ତ ସେମାନଙ୍କ ସଂସ୍ପର୍ଷରେ ଆସିଥିବା ଅନ୍ୟ ମାନଙ୍କର ମଧ୍ୟ କୋଭିଡ ଟେଷ୍ଟ ହୋଇଥିଲା ।

ଏହାପରେ ଆଉ ୬ଜଣଙ୍କର ରିପୋର୍ଟ ପଜିଟିଭି ଆସିଛି । ଯାହାକୁ ମିଶାଇ ବର୍ତମାନ ୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ତିନି ଜଣଙ୍କୁ ଜେଲ ମଧ୍ୟରେ ଥିବା କୋଭିଡ ଓ୍ୱାର୍ଡରେ ଥିବା ବେଳେ  ଅନ୍ୟ ୬ଜଣଙ୍କୁ ଆଇସୋଲେସନ ସେଣ୍ଟରରେ  ରଖାଯାଇଛି ।  ଜିଲ୍ଲା ମୁଖ୍ୟ ଚିକିସ୍ତାଳୟ ପକ୍ଷରୁ କୋଭିଡ ଆକ୍ରାନ୍ତମାନଙ୍କୁ ପିପିଇ କିଟ ଓ ଔଷଧ ଆଦି ସମସ୍ତ ପ୍ରକାରର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିବା ଜେଲ ପକ୍ଷରୁ ସୂଚନା ଦିଆଯାଇଛି । 

   Related Posts