ଡକାୟତି ଯୋଜନା ପଣ୍ଡ ; ୯ଜଣଙ୍କ କାବୁ କଲା ଜଟଣୀ ପୋଲିସ, ବିଭିନ୍ନ ମାରଣାସ୍ତ୍ର ଜବତ

Published By : Prameya-News7 Bureau | January 30, 2021 IST

ଜଟଣୀ ୩୦।୦୧: ଜଟଣୀ ପୋଲିସକୁ ବଡ଼ ସଫଳତା । ଡକାୟତି ଉଦ୍ୟମ ବେଳେ ୯ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ଅନେକ ମାରଣସ୍ତ୍ର ଜବତ କରିଛି ଜଟଣୀ ପୋଲିସ ।

ଖବର ଅନୁଯାୟୀ, ବିଶେଷ ସୁତ୍ରରୁ ଖବର ପାଇ ଆଜି ଜଟଣୀ ପୋଲିସ ଆଇଆଇଟି-ତରାବୋଇ ରାସ୍ତାରେ ଚଢାଉ କରିଥିଲା । ଏଠାରେ ଡକାୟତି ପାଇଁ ଯୋଜନା ଚାଲୁଥିବା ବେଳେ ଚଢାଉ କରିଛି ପୋଲିସ । ଘଟଣାସ୍ଥଳରୁ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ୯ଜଣ ଡକାୟତଙ୍କୁ କାବୁ କରିଛି ପୋଲିସ । ସେମାନଙ୍କ ନିକଟରୁ ୧୦ଟି ବାଇକ, ଲୁହା ରଡ଼, ଖଣ୍ଡା, ଭୁଜାଲି ଏବଂ ଲଙ୍କାଗୁଣ୍ଡ ଜବତ କରିଛି ଜଟଣୀ ପୋଲିସ । ଅଧିକ ତଥ୍ୟ ହାସଲ ପାଇଁ ସେମାନଙ୍କୁ ପଚରାଉଚରା ଜାରି ରଖିଛି ପୋଲିସ ।

ତେବେ କେତେଦିନ ଧରି ଲୁଟ୍‌ରେ ସଂପୃକ୍ତି ଥିଲେ ? ଏମାନଙ୍କ ସହ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ମଧ୍ୟ ଅଧିକ ଖୋଲତାଡ଼ ଜାରି ରଖିଛି ଜଟଣୀ ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.