ମିଲିଟାରୀ ପରେଡ ବେଳେ କ୍ଷେପଣାସ୍ତ୍ର ମାଡ଼, ୯ମୃତ

Published By : Prameya-News7 Bureau | December 29, 2019 IST

ୟେମେନ ୨୯।୧୨: ଉପସାଗରୀୟ ଦେଶ ୟେମେନରେ ମିଲିଟାରୀ ପରେଡ ଚାଲିଥିବା ବେଳେ  କ୍ଷେପଣାସ୍ତ୍ର ମାଡ଼ । ଘଟଣାସ୍ଥଳରେ  ୯ ଜଣଙ୍କ ମୃତ୍ୟୁ  ।  ପ୍ରାୟ ୨୦ରୁ ଅଧିକ ଆହତ ।  ମୃତାହତଙ୍କ  ମଧ୍ୟରେ  ବହୁ ସାଧାରଣ ଲୋକ ଓ ଶିଶୁ ରହିଥିବା ଜଣାପଡିଛି  ।  ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା ରହିଛି । ମୃତକଙ୍କ ମଧ୍ୟରୁ ୩ ଜଣ ଶିଶୁ ଥିବା ଜଣାପଡିଛି  । ଏହି କ୍ଷେପଣାସ୍ତ୍ର ଆକ୍ରମଣ ପଛରେ ଇରାନ ସମର୍ଥିତ ହୁତି ବିଦ୍ରୋହୀମାନଙ୍କ ହାତ ଥିବା ସଂଦେହ କରାଯାଉଛି ।

{"id":204266,"sizeSlug":"large"}

ଦକ୍ଷିଣ-ପଶ୍ଚିମ ୟେମେନର ଢାଲେ ରାଜ୍ୟର ରାଜଧାନୀ ଆଡ-ଦାଲି ସହରରେ ସଶସ୍ତ୍ର ବିଦ୍ରୋହୀ ଗୋଷ୍ଠୀ ‘ସିକ୍ୟୁରିଟି ବେଲ୍ ଟ ଫୋର୍ସ’ ପକ୍ଷରୁ ଏକ ଫୁଟବଲ ପଡ଼ିଆରେ ଏହି ପରେଡ୍  ଚାଲିଥିଲା । ଏହି ଫୋର୍ସରେ ଯୋଗ ଦେଇଥିବା ନୂଆ ଯବାନମାନଙ୍କୁ ନେଇ ଏହି ପରେଡ୍  ଚାଲିଥିଲା ।  ଏହି ସମୟରେ ଏକ ମିସାଇଲ ମାଡ଼ ହେବାରୁ ଘଟଣାସ୍ଥଳରେ ୯ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ । ତେବେ  ୟେମେନରେ ଏକାଧିକ ବିଦ୍ରୋହୀ ଗୋଷ୍ଠୀ ସକ୍ରିୟ ଥିବାରୁ ଏଭଳି  ଘଟଣାକୁ ସାରା ବିଶ୍ବ  ନିନ୍ଦା  କରିଛି ।

{"id":204267,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.