ମର୍ମନ୍ତୁଦ ଦୁର୍ଘଟଣା : ଖାଇକୁ ଖସିଲା ପିକଅପ୍‌ ଭ୍ୟାନ, ୯ ଜଣଙ୍କ ମୃତ୍ୟୁ, ୩ ଗୁରୁତର

Published By : Prameya-News7 Bureau | June 28, 2021 IST

ସିମଲା ୨୮/ ୦୬ : ହିମାଚଳ ପ୍ରଦେଶର ପାଚ୍ଚଡ ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ସୀରମୌର ଜିଲ୍ଲାର ପାଶୋଗ ଗାଁ ନିକଟରେ ଚଳନ୍ତା ପିକ୍‌ଅପ୍ ଭ୍ୟାନ ଖାଇକୁ ଖସିପଡିବାରୁ ୯ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ୩ ଜଣଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିନଥିବା କହିଛନ୍ତି ଡିଏସପି ବୀର ବାହାଦୂର ।

wp:embed {"url":"https://twitter.com/ANI/status/1409512269478649856","type":"rich","providerNameSlug":"twitter","responsive":true,"className":""}
https://twitter.com/ANI/status/1409512269478649856
/wp:embed

ପୋଲିସ କହିବା ମୁତାବକ, ପାଓ୍ବନ୍ତା ସାହିବ ଏବଂ ସିଲ୍ଳାଇ ସବ୍‌ଡିଭିଜନ ସୀମାନ୍ତରେ ଥିବା ପାଶୋଗ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏକ ପିକ୍‌ଅପ୍‌ ଭ୍ୟାନରେ କିଛି ଲୋକ ନିକଟସ୍ଥ ଏକ ସ୍ଥାନକୁ ବରଯାତ୍ରୀ ଯାଉଥିବା ବେ​‌​‌ଳେ ଭାରସାମ୍ୟ ହରାଇ ପିକ୍‌ଅପ୍‌ଟି ପାହାଡ ତଳ ଖାଇକୁ ଖସିପଡିଥିଲା । ଫଳରେ ଘଟଣାସ୍ଥଳରେ ହିଁ ୯ ଜଣଙ୍କର ମୃତ୍ୟୁ ଘଟିଥିଲା । ତେବେ ମର୍ମନ୍ତୁଦ ଦୁର୍ଘଟଣାରେ ୩ ଜଣ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.