ପିସି-୧୨ ବିମାନ ଦୁର୍ଘଟଣାଗ୍ରସ୍ତ :୯ମୃତ, ୩ଆହତ

Published By : Prameya-News7 Bureau | December 01, 2019 IST

ଓ୍ବାସିଂଟନ ୦୧।୧୨: ଦକ୍ଷିଣ ଡାକୋଟାରୁ ଉଡ଼ାଣ ଆରମ୍ଭ କରିବାର ଅଳ୍ପ ସମୟ ପରେ ପିସି-୧୨ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ପ୍ରାୟ ନଅ ଜଣ ଲୋକ ପ୍ରାଣ ହରାଇଛନ୍ତି।

ସୂଚନାଯୋଗ୍ୟ ଯେ, ଶନିବାର ଅପରାହ୍ଣ ପ୍ରାୟ ୧୨: ୩୦ ମିନିଟ୍  ସମୟରେ ବିମାନଟି ସିଓ ପ୍ରପାତ ଠାରୁ ପଶ୍ଚିମକୁ ୧୪୦ ମାଇଲ୍  ଦୂର ଚେମ୍ବୁଲନ୍ ରୁ ଉଡ଼ାଣ ଆରମ୍ଭ କରିବାର ଅଳ୍ପ ସମୟ ପରେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ଯୋଗୁଁ ତିନି ଜଣ ଲୋକ ମଧ୍ୟ ଆହତ ହୋଇଛନ୍ତି। ତୁରନ୍ତ ସେମାନଙ୍କୁ ନିକଟବର୍ତ୍ତୀ ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା ଯୋଗାଇ ଦିଆଯାଇଛି। ପିଲାଟସ୍  ପିସି-୧୨ ବିମାନ ଆଇଡାହୋ ପ୍ରପାତ ଅଭିମୁଖେ ଯାଉଥିଲା ଏବଂ ସେଥିରେ ୧୨ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣାର କାରଣ ଜଣାପଡ଼ିନାହିଁ ବୋଲି ସେଠାକାର ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.