ଚତୁର୍ଥୀଭାର ନେଇ ଯାଉଥିଲେ, ପହଞ୍ଚିଗଲେ ମେଡିକାଲରେ : ବୋଲେରୋ ଗାଡି ଦୁର୍ଘଟଣାଗ୍ରସ୍ତ, ୯ ଗୁରୁତର

Published By : Prameya-News7 Bureau | December 11, 2020 IST

ଚାନ୍ଦବାଲି ୧୧।୧୨: ଭାରସାମ୍ୟ ହରାଇ ରାସ୍ତା କଡକୁ ଖସିଲା ବୋଲେରୋ । ଚତୁର୍ଥୀଭାର ନେଇ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି । ଭଦ୍ରକ-ଚାନ୍ଦବାଲି ମୁଖ୍ୟରାସ୍ତା ନାଲଗୁଣ୍ଡା ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା ।

{"id":376000,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ବୋଲେରୋ ଗାଡିଟି ବାହାଘରର ଚତୁର୍ଥୀଭାର ନେଇ ଯଶିପୁରରୁ ପିରାହାଟ ଅଭିମୁଖେ ଯାଇଥିବା ବେଳେ ଭାରସାମ୍ୟ ହରାଇ ଏକ ପୋଲରରେ ମାଡ଼ ହେବା ପରେ ରାସ୍ତା ତଳକୁ ଖସିପଡିଥିଲା । ଫଳରେ ଗାଡ଼ିରେ ଥିବା ୬ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ଅନ୍ୟ ୬ ଜଣ ଗୁରୁତର ହୋଇଛନ୍ତି । ସ୍ଥାନୀୟଲୋକ ସେମାନଙ୍କୁ ରାସ୍ତା ତଳୁ ଉଦ୍ଧାର କରି ଭଦ୍ରକ ମେଡ଼ିକାଲକୁ ପଠାଇଥିଲେ । ସେହି ଗାଡ଼ିରେ ମହିଳା ଯାତ୍ରୀଙ୍କ ସହ କିଛି ଶିଶୁ ମଧ୍ୟ ଥିଲେ ବୋଲି ସୂଚନା ମିଳିଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.