ନୂଆଦିଲ୍ଲୀ,୧୦/୦୧: ୯ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କାର ନୌସେନା ବିଭାଗ ଗିରଫ କରିଛି।ବେଆଇନ୍ ଭାବେ ଶ୍ରୀଲଙ୍କାର ସାମୁଦ୍ରିକ ସୀମା ଅଞ୍ଚଳରେ ପଶି ମାଛ ମାରୁଥିବା ଅଭିଯୋଗରେ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କାର ନୌସେନା ଗିରଫ କରିଛି। ସେମାନଙ୍କ ଠାରୁ ଏକ ମାଛଧରା ବୋଟ ମଧ୍ୟ ଜବତ କରାଯାଇଛି। ସେହିପରି ଅନ୍ୟ ଏକ ପୃଥକ୍ ଘଟଣାରେ ଶ୍ରୀଲଙ୍କା ସେନା ମତ୍ସ୍ୟଜୀବୀଙ୍କ ଜାଲକୁ ନଷ୍ଟ କରିଦେଇଥିବା ଜଣାପଡ଼ିଛି।
ତେବେ ଏହି ମତ୍ସ୍ୟଜୀବୀମାନଙ୍କୁ ଶନିବାର ପାଲ୍କ ଷ୍ଟ୍ରିଟ୍ ନିକଟବର୍ତ୍ତୀ ନେଦୁନଥେବୁ ଅଞ୍ଚଳରୁ ଗିରଫ କରାଯିବା ସହ ସେମାନଙ୍କ ବୋଟ୍କୁ ଜବତ କରାଯାଇଛି । ରବିବାର ଦିନ ଶ୍ରୀଲଙ୍କା ନୌସେନାର ଅଫିସିଆଲ୍ ପକ୍ଷରୁ ଏହା ପ୍ରକାଶ କରାଯାଇଛି । ଏହା ସହିତ ସେମାନେ ଅନ୍ୟ ଏକ ଘଟଣାରେ କାଚାଥେଭୁ ଠାରେ ୨୦ଟି ବାଣିଜ୍ୟକ ବୋଟ୍ର ଜାଲକୁ ନଷ୍ଟ କରିଦେଇଥିବା ପ୍ରକାଶ କରିଛନ୍ତି।
ଭାରତୀୟ ମତ୍ସ୍ୟଜୀବୀଙ୍କ ଉପରକୁ ସେମାନେ କାଚ ବୋତଲ ଏବଂ ପଥର ଫିଙ୍ଗିଥିବା ଅଭିଯୋଗ ହୋଇଛି। ମତ୍ସ୍ୟଜୀବୀ ଆସୋସିଏସନ୍ର ପ୍ରତିନିଧି ଏହି ଘଟଣାକୁ ଖଣ୍ଡନ କରିବା ସହିତ ଯନ୍ତ୍ରପାତି ଖରାପ ହୋଇଥିବା କରଣରୁ ସେମାନେ ସେଠାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ବୋଲି କହିଛନ୍ତି।